ପାର୍ବଣ ପୂର୍ବରୁ ହୁ ହୁ ହୋଇ ବଢୁଛି ସୁନା ଦର : ୯ ଦିନରେ ସୁନା ୫ ହଜାର ଟଙ୍କା ମହଙ୍ଗା

ଭୁବନେଶ୍ବର ବଜାରରେ ପ୍ରଥମ ଥର ପାଇଁ ୨୨ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ୍ ପିଛା ୧ ଲକ୍ଷ ଟଙ୍କା ଟପି ୧, ୦୧,୧୦୦ ଟଙ୍କାରେ ପହଞ୍ଚିଛି ।

GOLD

GOLD Photograph: (KanakNews)

କନକ ବ୍ୟୁରୋ : ପାର୍ବଣ ପୂର୍ବରୁ ସୁନା ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଭୁବନେଶ୍ବର ବଜାରରେ ପ୍ରଥମ ଥର ପାଇଁ ୨୨ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ୍ ପିଛା ୧ ଲକ୍ଷ ଟଙ୍କା ଟପି ୧, ୦୧,୧୦୦ ଟଙ୍କାରେ ପହଞ୍ଚିଛି । ଦିନକରେ ସୁନା ଦର ୧୨୫୦ ଟଙ୍କା ବୃଦ୍ଧି ପାଇଛି । ୨୨ କ୍ୟାରେଟ୍‌ ସୁନାରେ ସାଧାରଣତଃ ଗହଣା ନିର୍ମାଣ ହୋଇଥାଏ । ବର୍ଦ୍ଧିତ ଦର ସହିତ ଗଢ଼ା ମୂଲ୍ୟ ଏବଂ ଜିଏସ୍‌ଟିକୁ ମିଶାଇଲେ ଗହଣା ପାଇଁ ଗ୍ରାହକଙ୍କୁ ସୁନା କିଣିବା ବହୁ ମହଙ୍ଗା ହୋଇଯାଇଛି । 

ଚଳିତମାସ ଗତ ଚାରି ତାରିଖରେ ୨୨ କ୍ୟାରେଟ୍‌ ସୁନା ଦର ଭୁବନେଶ୍ବର ବଜାରରେ ୧୦ ଗ୍ରାମ୍‌ ପିଛା ୧୦୦ ଟଙ୍କାର ସାମାନ୍ୟ ହ୍ରାସ ଘଟିଥିଲା । ଏହାକୁ ଛାଡ଼ିଦେଲେ ଅନ୍ୟ ଦିନଗୁଡ଼ିକରେ ସୁନା ଦର ବଢ଼ିଛି । ଏଥିଯୋଗୁ ସେପ୍ଟେମ୍ବର ମାସର ପ୍ରଥମ ୯ ଦିନରେ ସୁନା ଦର ଭୁବନେଶ୍ବରରେ ପ୍ରାୟ ୫୦୦୦ ଟଙ୍କା ମହଙ୍ଗା ହୋଇଯାଇଛି । ସେହିଭଳି ଭୁବନେଶ୍ବର ବଜାରରେ ମଙ୍ଗଳବାର ୨୪ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ୍‌ ପିଛା ୧୩୬୦ ଟଙ୍କା ବୃଦ୍ଧି ଘଟି ରେକର୍ଡ ୧,୦୮,୯୩୦ ଟଙ୍କାରେ ପହଞ୍ଚିଛି । ପ୍ରତିଶତ ହିସାବରେ ଦେଖିଲେ ସେପ୍ଟେମ୍ବର ମାସର ପ୍ରଥମ ୯ ଦିନରେ ସୁନା ଦର ୪.୧୭ ପ୍ରତିଶତ ବଢ଼ିଛି । ତେବେ ରୁଷ-ୟୁକ୍ରେନ୍ ଯୁଦ୍ଧ ଓ ଟ୍ରମ୍ପଙ୍କ ଶୁଳ୍କ ନୀତି ପାଇଁ ସୁନା ମହଙ୍ଗା ହେଉଥିବା ବିଶେଷଜ୍ଞମାନେ ଆକଳନ କରିଛନ୍ତି । ଅନ୍ୟପଟେ ବଢ଼ୁଛି ଡଲାର ମୂଲ୍ୟ । 

ବଢ଼ୁଛି ଡଲାର ମୂଲ୍ୟ : 

ବଢ଼ିଲା ଆମେରିକା ଡଲାରର ମୂଲ୍ୟ
୧୪ ପଇସା ବଢ଼ିଲା ଆମେରିକା ଡଲାର
୮୭.୯୫ରେ ପହଞ୍ଚିଲା ଆମେରିକା ଡଲାରର ମୂଲ୍ୟ
ମଙ୍ଗଳବାର ମାର୍କେଟ ଖୋଲୁ ଖୋଲୁ ବଢ଼ିଥିଲା ୧୪ ପଇସା
ଘରୋଇ ସେୟାର ମାର୍କେଟରେ ପରିଲକ୍ଷିତ ହେଉଛି ଉନ୍ନତି

କମୁଛି ଭାରତୀୟ ମୁଦ୍ରାର ମୂଲ୍ୟ :
ମଙ୍ଗଳବାର ମାର୍କେଟ୍‌ ଖୋଲିବା ବେଳେ ୮୭.୯୮ ଟଙ୍କା ଥିଲା ଡଲାର
ମାର୍କେଟ ବନ୍ଦ ବେଳକୁ ୮୭.୯୫ରେ ପହଞ୍ଚିଥିଲା
ପୂର୍ବଦିନ ବଜାର ବନ୍ଦ ତୁଳନାରେ ୧୪ ପଇସା ବଢ଼ିଥିଲା ବଜାର
ଶୁକ୍ରବାର ଡଲାର ମୂଲ୍ୟ ଥିଲା ୮୮.୩୮ ଟଙ୍କା
ଏହା ସର୍ବକାଳୀନ ହ୍ରାସ ଥିଲା
ପରେ ଆମେରିକା ଡଲାର ତୁଳନାରେ ୩ ପଇସା ବଢ଼ିଥିଲା ଟଙ୍କା
୮୮.୦୯ ଟଙ୍କାରେ ବନ୍ଦ ହୋଇଥିଲା ଶୁକ୍ରବାରର ବଜାର
ସେହିପରି ଅଶୋଧିତ ତୈଳ ଦରରେ ମଧ୍ୟ ବଡ଼ ପରିବର୍ତ୍ତନ ହୋଇଛି । 

୨% ବଢ଼ିଲା ତେଲ : 
ବଢ଼ିଲା ଅଶୋଧିତ ତୈଳ ଦର
୨% ବଢ଼ିଲାଣି ତୈଳ ଦର
କତାର ଉପରେ ଇସ୍ରାଏଲ ଆକ୍ରମଣ ଆଣିଛି ତୈଳ ସଂକଟ
ଯୁଦ୍ଧ ପାଇଁ ୨% ବଢ଼ିଛି ତୈଳ ମୂଲ୍ୟ
୬୩.୨୯ ଆମେରିକା ଡଲାର ହେଲା ଅଶୋଧିତ ତୈଳ
ପୂର୍ବରୁ ଥିଲା ୬୨.୦୭ ଆମେରିକା ଡଲାର
୧.୯୭% ବଢ଼ିଲା ଅଶୋଧିତ ତୈଳ ଦର

ତୈଳ ଦର ବୃଦ୍ଧିର କାରଣ :
ତୈଳ ଉତ୍ପାଦିତ ଦେଶରେ ଯୁଦ୍ଧ
ପ୍ରମୁଖ ତୈଳ ଉତ୍ପାଦନକାରୀ ଦେଶ ‘କତାର’ରେ ଅସ୍ଥିରତା
କତାର ଉପରେ ଆକ୍ରମଣ କରିଛି ଇସ୍ରାଏଲ
ହମାସକୁ ଟାର୍ଗେଟ୍‌ କରି ଇସ୍ରାଏଲ କରୁଛି ଆକ୍ରମଣ
ଦେଶରେ ଲାଗି ରହିଛି ରାଜନୈତିକ ସଂକଟ 
ତେଲ ଦର ବଢ଼ିବାର ପ୍ରମୁଖ କାରଣ ଯୁଦ୍ଧ
ଆବଶ୍ୟକତା ପୂରଣ କରିପାରୁନି ଯୋଗାଣ
ବଢ଼ୁଛି ତୈଳ ଦର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe