କନକବ୍ୟୁରୋ : ଏକ ଲକ୍ଷ ୬୦ ହଜାର ଟପିଲା ସୁନା ଦର। ପ୍ରଥମ ଥର ପାଇଁ ସୁନା ଦର ସର୍ବକାଳୀନ ରେକର୍ଡ ଭାଙ୍ଗିଛି। ଭାରତରେ ୨୪ କ୍ୟାରେଟ ୧୦ ଗ୍ରାମ୍ ସୁନା ଦର ଏକ ଲକ୍ଷ ୬୦ ହଜାର ୨୬୦ ଟଙ୍କାରୁ ଛୁଇଁଛି। ୨୪ ଘଣ୍ଟାରେ ସୁନା ଦର ୩ ହଜାର ବୃଦ୍ଧି ପାଇଛି। ରୂପା ଦର ୧୦ ଗ୍ରାମକୁ  ୩ ହଜାର ୩୫୦ ଯଙ୍କା ଛୁଇଁଛି ।  ରୂପା କିଲୋ ୩ ଲକ୍ଷ ୩୫ ହଜାର ଛୁଇଁଛି ।  ଚଳିତ ସପ୍ତାହରେ ସୁନା ଦର ୧.୫ ପ୍ରତିଶତରୁ ୨ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ରୂପା ଦର ୧ ପ୍ରତିଶତରୁ ୧.୮ ପ୍ରତିଶତ ବୃଦ୍ଧି ପାଇଛି ।   ଯୁକ୍ତରାଷ୍ଟ୍ର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବାଣିଜ୍ୟ ନୀତି ବଜାରକୁ ଅସ୍ଥିର କରିଛି।  ବିଶେଷକରି ଚୀନ୍ ସହ ଚୁକ୍ତି କଲେ କାନାଡ଼ା ଉପରେ ୧୦୦% ଟ୍ୟାରିଫ୍ ଲଗାଇବାର ଧମକ ପରେ ଏହି ଅନିଶ୍ଚୟତା ବଢିଛି। ନିବେଶକମାନଙ୍କୁ ସୁନା ଏବଂ ରୂପା ଭଳି ସୁରକ୍ଷିତ ସମ୍ପଦ ଆଡ଼କୁ ଆକର୍ଷଣ କରୁଛି ।

Advertisment

ଅଧିକ ପଢନ୍ତୁ.. ଆଜି ସାରା ଦେଶରେ ବ୍ୟାଙ୍କ ବନ୍ଦ : ହୋଇପାରିବନି ନଗଦ ଟଙ୍କା କାରବାର,

ସେହିପରି, ଦିଲ୍ଲୀ, ଜୟପୁର, ଲକ୍ଷ୍ନୌ ଏବଂ ଚଣ୍ଡିଗଡ଼ରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୧,୬୦,୪୧୦ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୧,୪୭,୦୫୦ ଟଙ୍କା ରହିଛି। ମୁମ୍ବାଇ, ଚେନ୍ନାଇ, କୋଲକାତା ଏବଂ ବେଙ୍ଗାଲୁରୁରେ ୨୪ କ୍ୟାରେଟ୍ ସୁନା ୧,୬୦,୨୬୦ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୧,୪୬,୯୦୦ ଟଙ୍କାରେ ବିକ୍ରି ହେଉଛି। ଅହମ୍ମଦାବାଦ ଏବଂ ଭୋପାଳରେ ୨୪ କ୍ୟାରେଟର ମୂଲ୍ୟ ୧,୬୦,୩୧୦ ଟଙ୍କା ରେକର୍ଡ କରାଯାଇଛି ।  ରୁପା ମୂଲ୍ୟ ୪୦,୦୦୦ ଟଙ୍କାକୁ ବୃଦ୍ଧି , ସୁନା ପରେ, ରୁପା ମଧ୍ୟ ନିବେଶକମାନଙ୍କୁ ଧନୀ କରିଛି । ସାପ୍ତାହିକ ଆଧାରରେ, ରୁପାର ମୂଲ୍ୟରେ ୪୦,୦୦୦ ଟଙ୍କାର ବୃଦ୍ଧି ଦେଖିବାକୁ ମିଳିଛି। ଆଜି ସକାଳେ, ରୁପାର ମୂଲ୍ୟ କିଲୋଗ୍ରାମ ପ୍ରତି ୩୩୫,୦୦୦ ଟଙ୍କାରେ ପହଞ୍ଚିଥିଲା। ବିଦେଶୀ ବଜାରରେ ରୁପାର ସ୍ପଟ୍ ମୂଲ୍ୟ ଆଉନ୍ସ ପ୍ରତି ୯୯.୪୬ ଡଲାର ପାଖାପାଖି ରହିଛି।