କନକବ୍ୟୁରୋ : ରେକର୍ଡ ଭାଙ୍ଗିଲା  ସୁନା ଦର। ୧୦ ଗ୍ରାମ ସୁନା ମୂଲ୍ୟ ୯୨ ହଜାର ଟଙ୍କା ପହଞ୍ଚିଛି । ଗୁଜରାଟର ଅହମ୍ମଦାବାଦରେ  ୧୦ ଗ୍ରାମ ସୁନାର ମୂଲ୍ୟ ୯୨ ହଜାର ଟଙ୍କା ହୋଇଛି । ବିଶେଷକରି ୨୪ କ୍ୟାରେଟ ସୁନା ମୂଲ୍ୟର ଅଧିକ ଦର ବୃଦ୍ଧି ଘଟିଛି ।  ତେବେ ଭୁବନେଶ୍ବରରେ ସୁନା ଦର ୯୧ ହଜାର ଟଙ୍କା ଭିତରେ ରହିଛି ।

Advertisment

ଗତ କିଛି ମାସ ହେଲା ସୁନା ଦର ଦୃତ ଗତିରେ ବଢ଼ିଚାଲିଛି । ଚଳିତ ବର୍ଷ ଆରମ୍ଭରେ ସୁନାଦର ୭୮ ହଜାର ଟଙ୍କା ରହିଥିଲା ।  ସେବେଠାରୁ ଏହାର ମୂଲ୍ୟ ବଢ଼ିଚାଲିଛି ।  ବିଶେଷକରି ଅନ୍ତର୍ଜାତୀୟ କ୍ଷେତ୍ରରେ ଟାରିଫ ଯୁଦ୍ଧ ଆରମ୍ଭ ହୋଇଯାଇଥିବା ବେଳେ ଏହାର ପ୍ରଭାବ ସୁନା ଦର ଉପରେ ପଡିଛି । ସେହିପରି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୯୧ ହଜାର ୨୦୦ ଟଙ୍କା ହୋଇଛି ।

ଏହାସହ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୮୩, ୬୦୦ ଟଙ୍କା ଛୁଇଁଛି । ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୮୩,୬୦୦ ଟଙ୍କା ଓ ୯୧, ୨୦୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ୮୩, ୭୫୦ ଟଙ୍କା ଓ ୯୧, ୩୫୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୮୩,୬୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୯୧, ୨୦୦ ଟଙ୍କା ଥିବା ରେକର୍ଡ ହୋଇଛି ।