ପାର୍ବଣ ପୂର୍ବରୁ ହୁ ହୁ ହୋଇ ବଢୁଛି ସୁନା ଦର : ୯ ଦିନରେ ସୁନା ୫ ହଜାର ମହଙ୍ଗା

ପାର୍ବଣ ପୂର୍ବରୁ ସୁନା ଦର ହୁ ହୁ ହୋଇ ବଢିବାରେ ଲାଗିଛି। ଭୁବନେଶ୍ବର ବଜାରରେ ପ୍ରଥମ ଥର ପାଇଁ ୨୨ କ୍ୟାରେଟ୍‌ ସୁନା ଦର ୧୦ ଗାମ୍‌ ପିଛା ୧ ଲକ୍ଷ ଟଙ୍କା ଟପି ୧, ୦୧,୧୦୦ ଟଙ୍କାରେ ପହଞ୍ଚିଛି ।

23

Photograph: (kanaknews)

କନକବ୍ୟୁରୋ : ପାର୍ବଣ ପୂର୍ବରୁ ସୁନା ଦର ହୁ ହୁ ହୋଇ ବଢିବାରେ ଲାଗିଛି। ଭୁବନେଶ୍ବର ବଜାରରେ ପ୍ରଥମ ଥର ପାଇଁ ୨୨ କ୍ୟାରେଟ୍‌ ସୁନା ଦର ୧୦ ଗାମ୍‌ ପିଛା ୧ ଲକ୍ଷ ଟଙ୍କା ଟପି ୧, ୦୧,୧୦୦ ଟଙ୍କାରେ ପହଞ୍ଚିଛି ।  ଦିନକରେ ସୁନା ଦର ୧୨୫୦ ଟଙ୍କା ବୃଦ୍ଧି ପାଇଛି ।  ୨୨ କ୍ୟାରେଟ୍‌ ସୁନାରେ ସାଧାରଣତଃ ଗହଣା ନିର୍ମାଣ ହୋଇଥାଏ। ବର୍ଦ୍ଧିତ ଦର ସହିତ ଗଢ଼ା ମୂଲ୍ୟ ଏବଂ ଜିଏସ୍‌ଟିକୁ ମିଶାଇଲେ ଗହଣା ପାଇଁ ଗ୍ରାହକଙ୍କୁ ସୁନା କିଣିବା ବହୁ ମହଙ୍ଗା ହୋଇଯାଇଛି  ।   ଚଳିତମାସ ଗତ ଚାରି ତାରିଖରେ ୨୨ କ୍ୟାରେଟ୍‌ ସୁନା ଦର ଭୁବନେଶ୍ବର ବଜାରରେ ୧୦ ଗ୍ରାମ୍‌ ପିଛା ୧୦୦ ଟଙ୍କାର ସାମାନ୍ୟ ହ୍ରାସ ଘଟିଥିଲା ।  ଏହାକୁ ଛାଡ଼ିଦେଲେ ଅନ୍ୟ ଦିନଗୁଡ଼ିକରେ ସୁନା ଦର ବଢ଼ିଛି  ।  ଏଥିଯୋଗୁ ସେପ୍ଟେମ୍ବର ମାସର ପ୍ରଥମ ୯ ଦିନରେ ସୁନା ଦର ଭୁବନେଶ୍ବରରେ ପ୍ରାୟ ୫୦୦୦ ଟଙ୍କା ମହଙ୍ଗା ହୋଇଯାଇଛି । ସେହିଭଳି ଭୁବନେଶ୍ବର ବଜାରରେ ମଙ୍ଗଳବାର ୨୪ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ୍‌ ପିଛା ୧୩୬୦ ଟଙ୍କା ବୃଦ୍ଧି ଘଟି ରେକର୍ଡ ୧,୦୮,୯୩୦ ଟଙ୍କାରେ ପହଞ୍ଚିଛି । ପ୍ରତିଶତ ହିସାବରେ ଦେଖିଲେ ସେପ୍ଟେମ୍ବର ମାସର ପ୍ରଥମ ୯ ଦିନରେ ସୁନା ଦର ୪.୧୭ ପ୍ରତିଶତ ବଢ଼ିଛି। ତେବେ ରୁଷ-ୟୁକ୍ରେନ୍ ଯୁଦ୍ଧ ଓ ଟ୍ରମ୍ପଙ୍କ ଶୁଳ୍କ ନୀତି ପାଇଁ ସୁନା ମହଙ୍ଗା ହେଉଥିବା ବିଶେଷଜ୍ଞମାନେ ଆକଳନ କରିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe