କନକ ବ୍ୟୁରୋ: ସୁନା ଦର ଲଗାତାର ବଢ଼ିବା ପରେ ଏବେ ବ୍ରେକ୍ ଲାଗିଛି । ଗତ ସପ୍ତାହକ ଭିତରେ  ଏହାର ଦର ହଜାରେରୁ ଅଧିକ ଖସିଲାଣି । ଏମସିଏକ୍ସରେ ପ୍ରତି ୧୦ ଗ୍ରାମର ୨୪ କ୍ୟାରେଟ ସୁନାର ଦର ୧୯୦୦ ଟଙ୍କା ଖସିଛି ।

Advertisment

ମଧ୍ୟବିତ୍ତଙ୍କଠାରୁ ଧନୀ ସମସ୍ତଙ୍କ ପାଇଁ ସୁନା ଅପରିହାର୍ଯ୍ୟ ନହେଲେ ବି ଆବଶ୍ୟକ ହୁଏ। କାରଣ ବାହା, ବ୍ରତରେ ବେଶି ନହେଲେ ବି ଟିକେ ସୁନା ତ ଦରକାର ପଡ଼େ । ହେଲେ ଏବେତ ସୁନାର ଦର ଲକ୍ଷେ ଟପିଯାଇଥିଲା। ୟା ଭିତରେ ଏବେ ଗ୍ରାହକଙ୍କ ପାଇଁ କିନ୍ତୁ ଖୁସି ଖବର । ଗତ ସପ୍ତାହରେ ସୁନା ଦର ଖସିଛି । ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନାର ଦର ମଲ୍ଟି କମୋଡିଟି ଏକ୍ସଜେଞ୍ଜ ବା MCX ରେ ୧୯୦୦ ଟଙ୍କା ହ୍ରାସ ପାଇଛି । କେବଳ କାରବାରରେ ନୁହେଁ ବରଂ ଘରୋଇ ମାର୍କେଟରେ ବି ଏହି ଧାତୁର ଦର କମିଛି । ଗତ କିଛି ଦିନ ଲଗାତାର ସୁନା ଦର ବଢ଼ିଚାଲୁଥିବାବେଳେ ଏବେ ଏଥିରେ ବ୍ରେକ୍ ଲାଗିଛି ।
ସପ୍ତାହକରେ ଅଗଷ୍ଟ ୮ ତାରିଖରେ ୯୯୯ ଶୁଦ୍ଧତା ଥିବା ୧୦ ଗ୍ରାମ ସୁନାର ଦର ଥିଲା ୧ ଲକ୍ଷ ୧୭ ହଜାର ୯୮ ଟଙ୍କା , ଯାହା ଶୁକ୍ରବାର ଖସି ୯୯ ହଜାର ୮୫୦ ଟଙ୍କା ହେଲା । ଏଭଳି ଦେଖିଲେ  ଏମସିଏକ୍ସରେ ସୁନା ଦର ୪ ଦିନରେ ୧୯୪୮ ଟଙ୍କା ଖସିଛି । 

 ଘରୋଇ ମାର୍କେଟ କଥା କହାଯିବ ତ, ଅଗଷ୍ଟ ୮ ସକାଳରେ ସୁନା ଦର ଥିଲା ୧ ଲକ୍ଷ ୧୪ ଶହ ଟଙ୍କା । ହେଲେ ସନ୍ଧ୍ୟାରେ ୧ ଲକ୍ଷ ୯୪୨ ଟଙ୍କାକୁ ଖସିଲା । ଗତ ଶୁକ୍ରବାର ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମ ପ୍ରତି ୧ ଲକ୍ଷ ୨ ଟଙ୍କାରେ କିଣାବିକା ବନ୍ଦ ହୋଇଥିଲା । ତଥାପି ସୁନା ଦର ଲକ୍ଷେ ଉପରେ ରହିଛି ।    
ଏବେ କେତେ ରହିଛି ସୁନା ଦର?
୨୪ କ୍ୟାରେଟ୍     ୧ ଲକ୍ଷ ୨୩ ଟଙ୍କା (୧୦ ଗ୍ରାମ)
୨୨ କ୍ୟାରେଟ୍      ୯୭ ହଜାର ୬୨୦ ଟଙ୍କା
୨୦ କ୍ୟାରେଟ୍      ୮୯ ହଜାର ୨୦ ଟଙ୍କା
୧୮ କ୍ୟାରେଟ୍       ୮୧ ହଜାର ଟଙ୍କା
୧୪ କ୍ୟାରେଟ୍      ୬୪ ହଜାର ୫୧୦ଟଙ୍କା 
 ଏହାପରେ ବି ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ଜିଏସଟି ଚାର୍ଜ ଓ ମେକିଙ୍ଗ ଚାର୍ଜ ପାଇଁ  ସୁନା ଦର ଗ୍ରାହକଙ୍କ ଉପରେ ଭାରୀ ପଡ଼ୁଛି । ତେବେ ସୁନା ଦର କିଛି ମାତ୍ରାରେ କମିଥିଲେ ବି ମଧ୍ୟବିତ୍ତ ପରିବାର ପାଇଁ କିନ୍ତୁ ସୁନା ଟିକେ କିଣିବା କଷ୍ଟକର  ।