କମିଲା ସୁନା ଦର ; ଗହଣା ଦୋକାନରେ ଗ୍ରାହକଙ୍କ ଭିଡ

ସୁନା ରେଟ୍ କମିବା ପରେ ଗହଣା ଦୋକାନରେ ଗହଳି । ଆଗକୁ ବାହାଘର ତିଥି ଥିବାରୁ ଗ୍ରାହକଙ୍କ ଭିତରେ ପ୍ରବଳ ଉତ୍ସାହ । ଆମେରିକା ନିର୍ବାଚନ ଫଳାଫଳ ପାଇଁ ୮୦ ହଜାରରୁ କମି ଏବେ ୭୮ ହଜାରରେ ପହଞ୍ଚିଛି ୨୪ କ୍ୟାରେଟ୍ ଗୋଲ୍ଡ ।

47uu

କନକ ବ୍ୟୁରୋ:  ପାର୍ବଣ ପରେ କମିଲା ସୁନା ଦର । ଆମେରିକା ନିର୍ବାଚନ ଫଳାଫଳର ପ୍ରଭାବ ସେୟାର ମାର୍କେଟ୍ ଉପରେ ପଡିଥିବାବେଳେ ସୁନା, ରୂପା ଦର ବି କମ୍ ହେବା ଗ୍ରାହକଙ୍କ ମନରେ ଖୁସି ଭରି ଦେଇଛି । ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମକୁ ଗତକାଲି ସକାଳେ ୮୧ ହଜାର ରହିଥିବାବେଳେ ଏହା ହ୍ରାସ ପାଇ ୭୮ ହଜାର ୪୬୦ରେ ପହଞ୍ଚିଛି । ସେହିପରି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୭୩ ହଜାର ଥିବାବେଳେ ଏବେ ତାହା ୭୨ ହଜାରରେ ପହଞ୍ଚିଛି । କେବଳ ସୁନା ନୁହେଁ ରୂପା, ହୀରା, ପ୍ଲାଟିନମ୍ ଭଳି ମୂଲ୍ୟବାନ ଅଳଙ୍କାର ମୂଲ୍ୟ ହ୍ରାସ ପାଇଛି । ଆଗକୁ ବାହାଘର ରୁତୁ ଆସୁଥିବାରୁ ସୁନା, ରୂପା ଅଳଙ୍କାର ମୂଲ୍ୟ ହ୍ରାସ ଗ୍ରାହକଙ୍କ ଭିତରେ ଖୁସି ଭରି ଦେଇଛି । 

- ସୁନା ଉପରେ ପ୍ରାୟ ୨ହଜାର ଟଙ୍କା ହ୍ରାସ
- ରୂପାରେ ୫୦୦୦ ଟଙ୍କାରୁ ଅଧିକ ହ୍ରାସ
- ପ୍ଲାଟିନମ୍ ଓ ହୀରା ମୂଲ୍ୟରେ ବି ପରିବର୍ତ୍ତନ
- ସୁନା ୨୪ କ୍ୟାରେଟ୍ ୧୦ ଗ୍ରାମ୍‌କୁ ୭୮,୪୭୦କୁ ହ୍ରାସ
- ସୁନା ୨୨ କ୍ୟାରେଟ୍ ୧୦ ଗ୍ରାମ୍‌କୁ ୭୨ହଜାରକୁ କମିଲା
- ରୂପା କିଲୋ ୯୬ହଜାରକୁ ଖସିଛି 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe