କନକ ବ୍ୟୁରୋ: ପାର୍ବଣ ପରେ କମିଲା ସୁନା ଦର । ଆମେରିକା ନିର୍ବାଚନ ଫଳାଫଳର ପ୍ରଭାବ ସେୟାର ମାର୍କେଟ୍ ଉପରେ ପଡିଥିବାବେଳେ ସୁନା, ରୂପା ଦର ବି କମ୍ ହେବା ଗ୍ରାହକଙ୍କ ମନରେ ଖୁସି ଭରି ଦେଇଛି । ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମକୁ ଗତକାଲି ସକାଳେ ୮୧ ହଜାର ରହିଥିବାବେଳେ ଏହା ହ୍ରାସ ପାଇ ୭୮ ହଜାର ୪୬୦ରେ ପହଞ୍ଚିଛି । ସେହିପରି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୭୩ ହଜାର ଥିବାବେଳେ ଏବେ ତାହା ୭୨ ହଜାରରେ ପହଞ୍ଚିଛି । କେବଳ ସୁନା ନୁହେଁ ରୂପା, ହୀରା, ପ୍ଲାଟିନମ୍ ଭଳି ମୂଲ୍ୟବାନ ଅଳଙ୍କାର ମୂଲ୍ୟ ହ୍ରାସ ପାଇଛି । ଆଗକୁ ବାହାଘର ରୁତୁ ଆସୁଥିବାରୁ ସୁନା, ରୂପା ଅଳଙ୍କାର ମୂଲ୍ୟ ହ୍ରାସ ଗ୍ରାହକଙ୍କ ଭିତରେ ଖୁସି ଭରି ଦେଇଛି ।
- ସୁନା ଉପରେ ପ୍ରାୟ ୨ହଜାର ଟଙ୍କା ହ୍ରାସ
- ରୂପାରେ ୫୦୦୦ ଟଙ୍କାରୁ ଅଧିକ ହ୍ରାସ
- ପ୍ଲାଟିନମ୍ ଓ ହୀରା ମୂଲ୍ୟରେ ବି ପରିବର୍ତ୍ତନ
- ସୁନା ୨୪ କ୍ୟାରେଟ୍ ୧୦ ଗ୍ରାମ୍କୁ ୭୮,୪୭୦କୁ ହ୍ରାସ
- ସୁନା ୨୨ କ୍ୟାରେଟ୍ ୧୦ ଗ୍ରାମ୍କୁ ୭୨ହଜାରକୁ କମିଲା
- ରୂପା କିଲୋ ୯୬ହଜାରକୁ ଖସିଛି
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/11/08/oiMZij7cilBhQ2I1EQ7M.jpg)