କନକ ବ୍ୟୁରୋ: ସୁନା ଗ୍ରାହକଙ୍କ ପାଇଁ ଖୁସି ଖବର । ବେଶ୍ କିଛିଦିନ ଧରି ଦର ବଢ଼ିବା ପରେ ଏବେ ଏଥିରେ ଲାଗିଛି ବ୍ରେକ୍‌ । ଦୁଇ ଦିନରେ ପ୍ରାୟ ୩ ହଜାର ଟଙ୍କା କମିଛି ସୁନା ଦର । ଆଗକୁ ଦର ଆହୁରି କମିବା ନେଇ ଆଶା ଦେଖାଦେଇଛି । ବର୍ତ୍ତମାନ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ରହିଛି ୯୦, ୬୬୦ ଟଙ୍କା । ୨୨ କ୍ୟାରେଟ୍ ସୁନାର ମୂଲ୍ୟ ରହିଛି ୮୩, ୧୦୦ ଟଙ୍କା । ଆମେରିକୀୟ ଆକଳନ ଅନୁସାରେ ସୁନାଦର ୭୫ ହଜାର ଟଙ୍କା ପର୍ଯ୍ୟନ୍ତ ଖସିପାରେ ।
 
ସୁନା ଦର କମୁଥିବାରୁ ଗ୍ରାହକଙ୍କ ମନରେ ଖୁସି । ଆଗକୁ ବିବାହ ଋତୁ ଆସୁଥିବା ବେଳେ ଏବେଠୁ ସୁନା କିଣିବା ଆରମ୍ଭ କଲେଣି ଲୋକେ । ତେବେ ସରକାର ସୁନା ଉପରୁ ଶୁଳ୍କ ହ୍ରାସ କଲେ ଏହାର ଦର ନିୟନ୍ତ୍ରଣକୁ ଆସିପାରିବ ବୋଲି ମତ ରଖିଛନ୍ତି ଗ୍ରାହକ। 

Advertisment

ଟ୍ରମ୍ପଙ୍କ ଶୁଳ୍କ ନୀତି ଏବଂ ବିଶ୍ବ ବଜାରେ ସ୍ଥିରତା ଯୋଗୁଁ କମୁଛି ସୁନା ଦର । ତେବେ ଦର ହ୍ରାସ ଗ୍ରାହକଙ୍କୁ ଯେତିକି ଆଶ୍ବସ୍ତ କରିଛି ନିବେଶକଙ୍କୁ ସେତିକି ଚିନ୍ତାରେ ପକାଇଛି । ଯେଉଁମାନେ ସୁନାରେ ନିବେଶ କରିଥିଲେ ସେମାନଙ୍କୁ ଏବେ ବଡ଼ କ୍ଷତି ସହିବାକୁ ପଡ଼ିପାରେ ।