ଗ୍ରାହକଙ୍କ ପାଇଁ ଖୁସି ଖବର । ୩୪୦୦ ଟଙ୍କା ଖସିଲା ସୁନାଦର ।

Advertisment

ଆମେରିକାରେ ଡୋନାଲ ଟ୍ରମ୍ପଙ୍କ ବିଜୟ ପରେ ଅନ୍ତର୍ଜାତୀୟ ବଜାରରେ କମୁଛି ସୁନା ଦର । ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୭୩ ହଜାର ୬୪୮ ଟଙ୍କା ।

ଆମେରିକାରେ ଡୋନାଲ ଟ୍ରମ୍ପଙ୍କ ବିଜୟ ପରେ ଅନ୍ତର୍ଜାତୀୟ ବଜାରରେ କମୁଛି ସୁନା ଦର । ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୭୩ ହଜାର ୬୪୮ ଟଙ୍କା ।

Gold Price-ss

କନକ ବ୍ୟୁରୋ: ନୂଆଦିଲ୍ଲୀ ଡୋନାଲ୍ଡ ଟ୍ରମ୍ପ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଜିତିବା ପରେ ସୁନାଦର ଦ୍ରୁତ ଗତିରେ ହ୍ରାସ ପାଇଚାଲିଛି । ଏହାର ପ୍ରଭାବରେ ଭାରତରେ ବି ସୁନା ଦର ହ୍ରାସ ପାଇଛି। ଗୁରୁବାର ମଲ୍ଟି କମୋଡିଟି ଏକ୍ସଚେଞ୍ଜ (ଏମସିଏକ୍ସ)ରେ ସୁନା ମୂଲ୍ୟରେ ପ୍ରାରମ୍ଭିକ କାରବାରରେ ହ୍ରାସ ଘଟିଛି । ଏମସିଏକ୍ସରେ ଡିସେମ୍ବର ଡେଲିଭରି ପାଇଁ ସୁନା ଦର ୧୦ ଗ୍ରାମ ପିଛା ୭୨୮୬୭ ଟଙ୍କାକୁ ହ୍ରାସ ପାଇଛି ଓ ରୁପା କିଲୋଗ୍ରାମ ପିଛା ୮୮୦୩୨ ଟଙ୍କାକୁ ହ୍ରାସ ପାଇଛି । ଗତ ଏକ ସପ୍ତାହ ମଧ୍ୟରେ ସୁନା ୧୦ ଗ୍ରାମ ପିଛା ୩୪୦୦ ଟଙ୍କା ଓ ରୁପା କିଲୋ ପିଛା ୩୨୦୦ ଟଙ୍କା ହ୍ରାସ ପାଇଛି । ଫ୍ୟୁଚର ବଜାରରେ ସୁନା କମିବା ଯୋଗୁଁ ସ୍ପଟ ବଜାରରେ ବି ସୁନା କମିଚାଲିଛି । ସ୍ପଟ ବଜାରରେ ୨୨ କ୍ୟାରେଟ ସୁନା ୭୩୬୪୮ ଟଙ୍କାକୁ କମିଛି । ଡଲାର ସୂଚକାଙ୍କରେ କ୍ରମାଗତ ବୃଦ୍ଧି ଏବଂ ଆମେରିକୀୟ ବଣ୍ଡ ଆୟ ସୁନା ଓ ରୂପା ମୂଲ୍ୟରେ ହ୍ରାସ ଘଟାଉଛି । ଏପରିକି ବିଦେଶୀ ବଜାରରେ ମଧ୍ୟ ସୁନା ଓ ରୁପା ମୂଲ୍ୟରେ ତୀବ୍ର ସୁଧାର ଦେଖିବାକୁ ମିଳିଛି । ଡଲାର ସୂଚକାଙ୍କରେ କ୍ରମାଗତ ବୃଦ୍ଧି ଏବଂ ଆମେରିକୀୟ ବଣ୍ଡ ଆୟ ସୁନା ଓ ରୂପା ମୂଲ୍ୟରେ ହ୍ରାସ ଘଟାଉଛି । ଏପରିକି ବିଦେଶୀ ବଜାରରେ ମଧ୍ୟ ସୁନା ଓ ରୁପା ମୂଲ୍ୟରେ ତୀବ୍ର ସୁଧାର ଦେଖିବାକୁ ମିଳିଛି । କୋମେକ୍ସରେ ସୁନା ଦର ଆଉନ୍ସ ପିଛା ୨୫୬୭ ଡଲାରକୁ ଖସି ଆସିଛି, ଯାହା କି ପାଖାପାଖି ଅଧା ପ୍ରତିଶତ ହ୍ରାସ ପାଇଛି । ରୂପା ମୂଲ୍ୟରେ ମଧ୍ୟ ଦୁର୍ବଳତା ଦେଖାଯାଉଛି, ଦେଢ଼ ପ୍ରତିଶତରୁ ଅଧିକ ହ୍ରାସ ପାଇ ଏବେ ଆଉନ୍ସ ପିଛା ୩୦ ଡଲାରରେ ପହଞ୍ଚିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe