କନକ ବ୍ୟୁରୋ:  ନୂଆ ବର୍ଷ ପୂର୍ବରୁ ରାଜଧାନୀରେ ପୁଣି ମାତିଲେ ଲୁଟେରା । ଝରକା ଗ୍ରିଲ୍ ତାଡ଼ି ନେଇଗଲେ ୨୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ସୁନା ଗହଣା । ଧଉଳି ଥାନା ଗଂଗୋତ୍ରୀ ନଗରରେ ଘଟିଛି ଘଟଣା ।

Advertisment

ଘର ମାଲିକ ଓ ପରିବାର ଅଲଗା ରୁମରେ ଶୋଇଥିବା ବେଳେ ଘର ଭିତରେ ପଶି ଗ୍ରୀଲ କାଟି କଳାକନା ବୁଲାଇଛନ୍ତି ଲୁଟେରା ।  ପ୍ରାୟ ୨୦ ଲକ୍ଷ ଟଙ୍କାର ସୁନା ଗହଣା ଲୁଟ କରିନେଇଛନ୍ତି । ଘଟଣାସ୍ଥଳରେ ସନ୍ଧାନୀ କୁକୁର ସହ ସାଇଣ୍ଟିଫିକ ଟିମ ଛାନଭିନ କରୁଛି । ଧଉଳି ଥାନାରେ ଏନେଇ ମାମଲା ରୁଜୁ କରିଛି ।