କନକ ବ୍ୟୁରୋ : ମଣପୁରମ୍ ସୁନାଲୁଟ ଘଟଣାରେ ମାଷ୍ଟର୍ମାଇଣ୍ଡ ସୁବୋଧ ସିଂହକୁ ସମ୍ବଲପୁର ଆଣିଲା ପୁଲିସ୍। ପଶ୍ଚିମବଙ୍ଗ ପ୍ରେସିଡେନ୍ସି ଜେଲ୍ରେ ଥିବା ସୁବୋଧକୁ ସମ୍ବଲପୁର ଅଣାଯାଇଛି । ତାକୁ ଏସ୍ଡିଜେଏମ୍ କୋର୍ଟରେ ହାଜର କରି, ୧୫ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିବ ପୁଲିସ। ପ୍ରେସିଡେନ୍ସି ଜେଲ୍ରେ ଥିବା ସୁବୋଧକୁ ଆଉ ଏକ ମାମଲାରେ ପଶ୍ଚିମବଙ୍ଗର ଉତ୍ତର ଚବିଶପ୍ରଗଣା ବାରାକପୋରେ କୋର୍ଟରେ ହାଜର କରାଯାଇଥିଲା।
ସେଠାରୁ କୋର୍ଟଙ୍କ ଅନୁମତି ପରେ ସମ୍ବଲପୁର ଆଣିଛି ପୁଲିସ। ପୂର୍ବରୁ ଲୁଟ ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି। ଆସାମ ଗୌହାଟୀରୁ ଉତ୍ତମ ପାଶୱାନ, ବିହାର ହାଜିପୁରରୁ ଅଜୟ ପାଶଓ୍ବାନ ଓ ପଙ୍କଜ ପାଶୱାନକୁ ଗିରଫ କରାଯାଇଥିଲା। ଗତ ଜାନୁଆରି ୩ ତାରିଖରେ ସମ୍ବଲପୁର ବୁଢ଼ାରଜାରେ ଥିବା ମଣପୁରମ୍ ଗୋଲ୍ଡ ଲୋନ୍ ଫାଇନାନ୍ସରୁ ୨୮ କେଜି ସୁନା ଲୁଟ କରିଥିଲେ ଦୃର୍ବୃତ୍ତ ।