କନକବ୍ୟୁରୋ :ଏବେ ବଜାରରେ ଦିନକୁ ଦିନ ବଢିଚାଲିଛି ସୁନାର ଦର ସେହି୍ ଦର ଶୁଣିଲେ ଗ୍ରାହକଙ୍କ ନିଦ ହଜିଯାଉଛି । କାରଣ ଏତେ ଦର ଦେଇ ବଜାରରୁ ସୁନା କିଣିବା ଜଣେ ମଧ୍ୟବିତ୍ତ ପରିବାର ପକ୍ଷରେ ଜମା ସମ୍ଭବ ନୁହେଁ । ଏବେ ଏହି ଦର ରେର୍କଡ ଭାଙ୍ଗିବାରେ ଲାଗିଛି । ୧୦ ଗ୍ରାମ ସୁନା ମୂଲ୍ୟ ୯୨ ହଜାର ଟଙ୍କା ପହଞ୍ଚିଛି । ଗୁଜରାଟର ଅହମ୍ମଦାବାଦରେ ୧୦ ଗ୍ରାମ ସୁନାର ମୂଲ୍ୟ ୯୨ ହଜାର ଟଙ୍କା ହୋଇଛି । ବିଶେଷକରି ୨୪ କ୍ୟାରେଟ ସୁନା ମୂଲ୍ୟର ଅଧିକ ଦର ବୃଦ୍ଧି ଘଟିଛି । ତେବେ ଭୁବନେଶ୍ବରରେ ସୁନା ଦର ୯୧ ହଜାର ୯୧୦ ଟଙ୍କା ରହିଛି । ଗତ କିଛି ମାସ ହେଲା ସୁନା ଦର ଦୃତ ଗତିରେ ବଢ଼ିଚାଲିଛି । ଚଳିତ ବର୍ଷ ଆରମ୍ଭରେ ସୁନାଦର ୭୮ ହଜାର ଟଙ୍କା ରହିଥିଲା ।
ସେବେଠାରୁ ଏହାର ମୂଲ୍ୟ ବଢ଼ିଚାଲିଛି । ବିଶେଷକରି ଅନ୍ତର୍ଜାତୀୟ କ୍ଷେତ୍ରରେ ଟାରିଫ ଯୁଦ୍ଧ ଆରମ୍ଭ ହୋଇଯାଇଥିବା ବେଳେ ଏହାର ପ୍ରଭାବ ସୁନା ଦର ଉପରେ ପଡିଛି । ସେହିପରି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୯୧ ହଜାର ୯୧୦ ଟଙ୍କା ରହିଛି । ସେହିପରି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୯୧ ହଜାର ୯୧୦ ଟଙ୍କା ହୋଇଛି ।
ଏହାସହ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୮୪, ୪୦୦ ଟଙ୍କା ଛୁଇଁଛି । ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୮୪,୨୫୦ ଟଙ୍କା ଓ ୯୧, ୯୧୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ୮୪, ୪୦୦ ଟଙ୍କା ଓ ୯୨, ୦୬୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୮୪,୨୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୯୧, ୯୧୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୮୪, ୨୫୦ ଓ ୯୧,୯୧୦ ଟଙ୍କା ରହିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୧,୦୪,୦୦୦ ଟଙ୍କା ହୋଇଛି ।