କନକ ବ୍ୟୁରୋ : ଇବ୍ ନଦୀରୁ ବାହାରୁଛି ସୁନା । ସୁନା ପାଇଁ ଦିନରାତି ଏକ କରି ଦେଇଛନ୍ତି ନଦୀକୂଳିଆ ବାସିନ୍ଦା । ନଦୀରୁ ସୁନା ବି ବାହାରୁଛି ଆଉ ଲୋକମାନେ ବି ମାଲାମାଲ ହେଉଛନ୍ତି । ସୁନାର ସନ୍ଧାନରେ ଲାଗିଛନ୍ତି ଅନେକ ପରିବାର । ସୁନ୍ଦରଗଡ ଜିଲ୍ଲାର ଅନ୍ୟ ନଦୀ ମାନଙ୍କରେ ଏହିଭଳି ସୁନା ବାହାରୁନଥିବା ବେଳେ କେବଳ ଇବ୍ ନଦୀରେ ହିଁ ସୁନା ବାହରୁଛି ।
ଇବ୍ ନଦୀ ପଡୋଶୀ ରାଜ୍ୟ ଛତିଶଗଡର ଗୁଲ୍ଲୂ ଜଳପ୍ରପାତରୁ ବାହାରି ସୁନ୍ଦରଗଡ ଜିଲ୍ଲା ଦେଇ ହୀରାକୁଦରେ ମିଶିଛି । ହେଲେ ଏହି ଇବନଦୀର ଗର୍ଭରେ ଥିବା ବାଲିରୁ ହିଁ ସୁନା ବାହରୁଛି । ସୁନ୍ଦରଗଡ ସୀମା ଓ ଛତିଶଗଡରେ ଏକ ଜନଜାତି ପିଢିପିଢି ଧରି ଇବ୍ ନଦୀ ଗର୍ଭରୁ ସୁନା ବାହାରକରିବା କାମ କରିଥାନ୍ତି । ଏମାନଙ୍କ ଜୀବନ ଇବ୍ ନଦୀ ଅବବାହିକା ରେ ହିଁ ବିତି ଯାଏ ।
ଏମାନେ ଇବ୍ ନଦୀର ଯେଉଁ ଅଚଂଳକୁ ଯାଇଥାନ୍ତି ସେଠାରେ ଗୋଟିଏ ମାସରୁ ଧରି ଦୁଇ ମାସ ପର୍ଯ୍ୟନ୍ତ ରହିଥାନ୍ତି । ଆଉ ସେଠାରୁ ସୁନା ବାହାର କରିବା କାମ କରିଥାନ୍ତି । ଏମାନଙ୍କ କହିବା ଅନୁସାରେ ଜଣେ ଜଣେ ମାସିକ ୧୫ ରୁ ୨୦ ହଜାର ଟଙ୍କା ଆୟ କରନ୍ତି । ଏମାନଙ୍କ କହିବା ଅନୁଯାୟୀ ଏହି ସୁନା କେବଳ ସୁନ୍ଦରଗଡ ଇବ୍ ନଦୀରେ ମିଳୁଥିବା ଏହି ସୁନା ସୁଦ୍ଧ ।