କନକ ବ୍ୟୁରୋ; ଧନତେରସରେ ବୋହିନେଲେ ସୁନା ଓ ରୂପାର ଅଳଙ୍କାର। ଧନତେରସରେ ରାଜ୍ୟର ଗ୍ରାହକମାନେ ପ୍ରାୟ ୨୫୦ କୋଟି ଟଙ୍କା ମୂଲ୍ୟର ସୁନା, ରୁପା ଭଳି ମୂଲ୍ୟବାନ ଧାତୁରେ ପ୍ରସ୍ତୁତ ଗହଣା ଓ ଅନ୍ୟାନ୍ୟ ସାମଗ୍ରୀ କିଣିଛନ୍ତି । ବର୍ତ୍ତମାନର ସୁନା ମୂଲ୍ୟକୁ ହିସାବକୁ ନେଲେ ଗତକାଲି ଗୋଟିଏ ଦିନରେ ରାଜ୍ୟରେ ପ୍ରାୟ ଅଢ଼େଇ କୁଇଣ୍ଟାଲ ସୁନା ବିକ୍ରି ହୋଇଛି ।
ଧନତେରସ ୨୦୨୫ : ଧନତେରସ ରାତିରେ ଭୁଲରେ ମଧ୍ୟ ଏହି ୫ଟି ଜିନିଷ କାହାକୁ ଦିଅନ୍ତୁ ନାହିଁ
ରାଜ୍ୟର ବିଭିନ୍ନ ସହରାଞ୍ଚଳ, ଛୋଟ ସହର, ଗ୍ରାମାଞ୍ଚଳରେ ଥିବା ସୁନା ଦୋକାନ ଗୁଡ଼ିକରେ ଗହଣା ଦୋକାନ ଓ ସୋରୁମ ଗୁଡ଼ିକରେ ଭିଡ଼ ଦେଖିବାକୁ ମିଳିଥିଲା । ରାଜଧାନୀ ଭୁବନେଶ୍ବର ସମେତ କଟକ, ସମ୍ବଲପୁର, ବ୍ରହ୍ମପୁର, ରାଉରକେଲା, ପୁରୀ ଆଦି ସହରରେ ବଡ଼ ସୋରୁମ ଗୁଡ଼ିକରେ ଅଧିକ ଭିଡ଼ ହୋଇଥିଲା । ଧନତେରସରେ ମୂଲ୍ୟବାନ ଧାତୁ କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି ବୋଲି ବିଶ୍ବାସ ରହିଛି । ତେଣୁ ଏହି ଦିନରେ ସୁନା ରୁପା ଓ ଅନ୍ୟ ମୂଲ୍ୟବାନ ଧାତୁ କିଣିବାକୁ ଲୋକଙ୍କ ଭିତରେ ଆଗ୍ରହ ପ୍ରକାଶ ପାଇଥାଏ । ଗତବର୍ଷ ତୁଳନାରେ ଚଳିତବର୍ଷ ୧୮ ପ୍ରତିଶତ ଅଧିକ ବ୍ୟବସାୟ ହୋଇଛି। ଚଳିତବର୍ଷ ଦୁଇ ଦିନ ଧରି ଧନତେରସ୍ ପାଳିତ ହେଉଛି । ତେଣୁ ଆଜି ମଧ୍ୟ ବେପାର ଜମିବ।