କନକବ୍ୟୁରୋ : କମିଲା ସୁନା ଓ ରୁପା ଦର। ଉଭୟର ଦର ସର୍ବୋଚ୍ଚ ସ୍ତରରେ ପହଞ୍ଚିବା ପରେ ହ୍ରାସ ଘଟିଛି । ରାଜଧାନୀ ଭୁବନେଶ୍ବରରେ ୧୦ ଗ୍ରାମ୍ ୨୪ କ୍ୟାରେଟର ସୁନା ୩୧୭୦ ଟଙ୍କା କମିଥିବା ବେଳେ ୨୨ କ୍ୟାରେଟ୍ ସୁନା ଦର ୨୯୦୦ ଟଙ୍କା କମିଛି । ଫଳରେ ଏବେ ୧୦ ଗ୍ରାମ୍ ୨୪ କ୍ୟାରେଟ ସୁନାର ମୂଲ୍ୟ୧ ଲକ୍ଷ ୩୯ ହଜାର ୨୫୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ ସୁନାର ଦର ୧ ଲକ୍ଷ ୨୭ ହଜାର ୬୫୦ ଟଙ୍କାକୁ ହ୍ରାସ ପାଇଛି । ରୁପାର ଦର କିଲୋଗ୍ରାମ ପିଛା ୪ ହଜାର ଟଙ୍କା କମିଛି। ଫଳରେ ଏକ କେଜି ରୁପାର ଦର ୨ ଲକ୍ଷ ୮୧ ହଜାରକୁ କମିଆସିଛି ।
ରୁଷ ରାଷ୍ଟ୍ରପତି ପୁଟିନଙ୍କ ଘର ଉପରକୁ ଡ୍ରୋନ୍ ଆକ୍ରମଣ; ୟୁକ୍ରେନ୍ ୯୧ଟି ଡ୍ରୋନ୍ ଆଟାକ୍ କରିଥିବା ମସ୍କୋର ଅଭିଯୋଗ
ଦେଶର ଜିଡିପି ଠାରୁ ଦେଶର ଗୃହିଣୀଙ୍କ ପାଖରେ ରହିଛି ଅଧିକ ସୁନା । ଭାରତୀୟ ପରିବାରଗୁଡ଼ିକ ପାଖରେ ଯେତିକି ସୁନା ରହିଛି। ତାହା ଦେଶର ମୋଟ୍ ଘରୋଇ ଉତ୍ପାଦ ବା ଜିଡିପି ଠାରୁ ଅଧିକ । ଗୃହିଣୀ ମାନଙ୍କ ପାଖରେ ୩୪, ୬୦୦ ଟନ୍ ସୁନା ଥିବା ବେଳେ ତାର ଆନୁମାନିକ ମୂଲ୍ୟ ପ୍ରାୟ ୪୫୦ ଲକ୍ଷ କୋଟି ଟଙ୍କା ହେବ । ଡଲାର ହିସାବରେ ଏହା ୫ ଟ୍ରିଲିୟନ ଡଲାର ହୋଇଥିବା ବେଳେ ଭାରତର ଜିଡିପି ଏବେ ୪ ଟ୍ରିଲିୟନ ଡଲାର ପାଖାପାଖି ହେବ। ଇନଫୋରିକ୍ସ ଭାଲୁଏସନ ଆଣ୍ଡ ରେଟିଂସ୍ ଏହି ତଥ୍ୟ ଦେଇଛି ।
ଭାରତୀୟ ଗୃହିଣୀମାନଙ୍କ ପାଖରେ ଅଛି ୩୪, ୬୦୦ ଟନ୍ ସୁନା
ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୪୫୦ ଲକ୍ଷ କୋଟି ଟଙ୍କା
ଡଲାର ହିସାବରେ ଏହା ୫ ଟ୍ରିଲିୟନ ଡଲାର
ଭାରତର ଜିଡିପି ଏବେ ୪.୧ ଟ୍ରିଲିୟନ ଡଲାର
ଭାରତର ଜିଡିପି ଏବେ ୩୭୦ ଲକ୍ଷ କୋଟି ଟଙ୍କା
ପରିବାର ପାଖରେ ଥିବା ସୁନାର ୭୦ରୁ ୮୦ ପ୍ରତିଶତ ଗହଣା
ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପାଖରେ ମଧ୍ୟ ବିପୁଳ ସୁନା ରହିଛି
ଏବେ ଆରବିଆଇ ପାଖରେ ୮୮୦ ଟନ୍ ସୁନା ଗଛିତ ଅଛି
ଗତବର୍ଷ ଆରବିଆଇ ୭୫ ଟନ୍ ସୁନା କିଣିଥିଲା
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2025/12/30/gold-rate-2025-12-30-07-22-54.jpeg)