ଭିଜିଲାନ୍ସ ରେଡ୍ ବେଳେ ଏସଟିଏ ଡେପୁଟି କମିଶନଙ୍କ ଘରୁ ମିଳିଲା ପୁଳା ପୁଳା ଟଙ୍କା: ସୁନା ଅଳଙ୍କାର ଦେଖି ତାଜୁବ ଭିଜିଲାନ୍ସ ଅଧିକାରୀ

Advertisment

ଏସଟିଏ ଡେପୁଟି କମିଶନର ପ୍ରଦୀପ କୁମାର ମହାନ୍ତିଙ୍କ ଘରେ ପୁଳା ପୁଳା ଟଙ୍କା। ଭୁବନେଶ୍ବର ମୈତ୍ରୀ ବିହାର ଘରୁ ମିଳିଲାଣି ନଗଦ ୧୦ ଲକ୍ଷରୁ ଅଧିକ ଟଙ୍କା। ଚଢ଼ାଉ ବେଳେ ବାବୁଙ୍କ ଘରେ ସୁନା, ରୁପା ଅଳଙ୍କାର ଦେଖି ତାଜୁବ ଭିଜିଲାନ୍ସ ଅଧିକାରୀ। ଏତେ ପରିମାଣର ସୁନା ଅଳଙ୍କାର ଦେଖିଲେ ଆଖି ଲାଖିଯିବ।

ଏସଟିଏ ଡେପୁଟି କମିଶନର ପ୍ରଦୀପ କୁମାର ମହାନ୍ତିଙ୍କ ଘରେ ପୁଳା ପୁଳା ଟଙ୍କା। ଭୁବନେଶ୍ବର ମୈତ୍ରୀ ବିହାର ଘରୁ ମିଳିଲାଣି ନଗଦ ୧୦ ଲକ୍ଷରୁ ଅଧିକ ଟଙ୍କା। ଚଢ଼ାଉ ବେଳେ ବାବୁଙ୍କ ଘରେ ସୁନା, ରୁପା ଅଳଙ୍କାର ଦେଖି ତାଜୁବ ଭିଜିଲାନ୍ସ ଅଧିକାରୀ। ଏତେ ପରିମାଣର ସୁନା ଅଳଙ୍କାର ଦେଖିଲେ ଆଖି ଲାଖିଯିବ।

efecs

Photograph: (kanak news)

କନକ ବ୍ୟୁରୋ: ଏସଟିଏ ଡେପୁଟି କମିଶନର ପ୍ରଦୀପ କୁମାର ମହାନ୍ତିଙ୍କ ଘରେ ପୁଳା ପୁଳା ଟଙ୍କା। ଭୁବନେଶ୍ବର ମୈତ୍ରୀ ବିହାର ଘରୁ ମିଳିଲାଣି ନଗଦ ୧୦ ଲକ୍ଷରୁ ଅଧିକ ଟଙ୍କା। ଚଢ଼ାଉ ବେଳେ ବାବୁଙ୍କ ଘରେ ସୁନା, ରୁପା ଅଳଙ୍କାର ଦେଖି ତାଜୁବ ଭିଜିଲାନ୍ସ ଅଧିକାରୀ। ଏତେ ପରିମାଣର ସୁନା ଅଳଙ୍କାର ଦେଖିଲେ ଆଖି ଲାଖିଯିବ। ଆଜି କଟକ ଏସଟିଏ ଡେପୁଟି କମିଶନର ପ୍ରଦୀପ କୁମାର ମହାନ୍ତିଙ୍କ ବିଭିନ୍ନ ଠିକଣାରେ ଚାଲିଛି ଭିଜିଲାନ୍ସ ବିଭାଗର ଚଢାଉ। ଆୟଠୁ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୯ଟି ସ୍ଥାନରେ ଚାଲିଛି ରେଡ୍। ଭୁବନେଶ୍ବର, ଖୋର୍ଦ୍ଧା, ପୁରୀ, ନୟାଗଡ଼ ଓ କଟକର ବିଭିନ୍ନ ସ୍ଥାନରେ ସକାଳୁ ଚଢ଼ାଉ ଚାଲିଛି। ଭୁବନେଶ୍ବର ମୈତ୍ରୀ ବିହାର ସ୍ଥିତ ଘର, ରଘୁନାଥପୁରରେ ଥିବା ଫ୍ଲାଟ୍, ଗୋବିନ୍ଦପ୍ରସାଦରେ ଥିବା ୫ ମହଲା ନିର୍ମାଣଧୀନ କୋଠାରେ ରେଡ୍ କରୁଛି ଭିଜିଲାନ୍ସ। ସେପଟେ ନୟାଗଡ଼ ରଣପୁରରେ ଥିବା ଫାର୍ମହାଉସ, ଖୋର୍ଦ୍ଧା ଟାଙ୍ଗୀରେ ପୈତୃକ ଘର, ପୁରୀ ଭକ୍ତରତ୍ନ ଲେନ୍‌ରେ ଥିବା ସମ୍ପର୍କୀୟଙ୍କ  ଘରେ ରେଡ୍ କରୁଛି ଭିଜିଲାନ୍ସ ବିଭାଗ। ସେହିପରି ଭୁବନେଶ୍ବର ମଳିପଡ଼ାରେ ସମ୍ପର୍କୀୟଙ୍କ ନାଁରେ ଥିବା ପେଟ୍ରୋଲ ପମ୍ପ, ପୁରୀ ବାଲିଖଣ୍ଡରେ ପ୍ରଦୀପଙ୍କ ସମ୍ପର୍କୀୟଙ୍କ ନାଁରେ ନିର୍ମାଣଧିନ କୋଠା ଓ କଟକ ସ୍ଥିତ କାର୍ଯ୍ୟାଳୟରେ ଭିଜିଲାନ୍ସ ଅଧିକାରୀ ଖୋଳତାଡ଼ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe