କନକ ବ୍ୟୁରୋ : ସମ୍ବଲପୁର ମଣପୁରମ ଗୋଲ୍ଡ଼ ଲୋନ୍ ଶାଖାରୁ ଡକାୟତି ଘଟଣା । ଧରାପଡ଼ିଲା ଫେରାର ଅଭିଯୁକ୍ତ ଅଶୋକ ପାଶୱାନ । ଆରପିଏଫ ପୋଲିସ ତାଙ୍କୁ ଟ୍ରେନରେ କାବୁ କରିଛି । ଅଶୋକକୁ ଗିରଫ ପରେ ସମ୍ବଲପୁର ପୋଲିସକୁ ସୂଚନା ଦେଇଥିଲା ଆରପିଏଫ । ସୂଚନା ଅନୁସାରେ ଗତ ୩ ତାରିଖରେ ସମ୍ବଲପୁର ବୁଢାରାଜା ଅଞ୍ଚଳରେ ଥିବା ମଣପୁରମ ଶାଖାରୁ ପ୍ରାୟ ୨୯ କେଜି ସୁନା ଓ ୪ ଲକ୍ଷ ଟଙ୍କା ଶସସ୍ତ୍ର ଡକାୟତି ହୋଇଥିଲା । ବନ୍ଧୁକ ମୁନରେ ଡକାୟତି କରିଥିଲେ ଦୁବୃର୍ତ୍ତ । ସେପଟେ ଏହି ଘଟଣାରେ ଆଉ ଦୁଇ ଅଭିଯୁକ୍ତଙ୍କ ଫୋଟ ଜାରି କରିଛି ସମ୍ବଲପୁର ପୋଲିସ । ଏହାସହ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି । ପୂର୍ବରୁ ପୋଲିସ କିଛି ଲୋକଙ୍କୁ ଅଟକ ରଖି ପଚରା ଉଚରା କରୁଥିଲା । ତେବେ ଟ୍ରେନ ଯୋଗେ ଡକାୟତ ଅଶୋକ ପାଶୱାନକୁ ସମ୍ବଲପୁର ଅଣାଯାଉଥିବା ଜଣାପଡିଛି ।