କନକ ବ୍ୟୁରୋ: ଦିଲ୍ଲୀରେ ବାବାଙ୍କ ଡାର୍ଟି ପିକ୍ଟର । ପୁଣି ଜଣେ ଆତ୍ମଘୋଷିତ ବାବାଙ୍କ କାରନାମା ରାଜଧାନୀ ଦିଲ୍ଲୀରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଦିଲ୍ଲୀ ପୁଲିସ ବୁଧବାର ଆତ୍ମଘୋଷିତ ବାବା ସାଧୁ ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀ ଓରଫ ପାର୍ଥ ସାରଥିଙ୍କ ବିରୋଧରେ ମାମଲା ରୁଜୁ କରିଛି । ବାବା ୧୭ ଜଣ ଝିଅ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇଥିବା ନେଇ ମାମଲା ଦାଏର ହୋଇଛି  । 

Advertisment

ଶ୍ରୀ ଶାରଦା ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆନ୍‌ ମ୍ୟାନେଜମେଣ୍ଟରେ ପିଜିଡିଏମ୍‌ କୋର୍ସରେ ପାଠ ପଢୁଥିବା ୩୨ ଝିଅଙ୍କ ମଧ୍ୟରୁ ୧୭ ଜଣ ବାବାଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଆଣିଛନ୍ତି । ଅଭିଯୋଗ ଅନୁସାରେ, ବାବା ପାର୍ଥସାରଥି ଅଶ୍ଳୀଳ ମେସେଜ୍‌ ପଠାଇବା, ଶାରୀରିକ ସ୍ପର୍ଶ କରିବା ଓ ଅପମାନଜନକ ଭାଷାରେ ନିର୍ଯାତନା ଦେଉଥିଲେ । ସଂସ୍ଥାରେ କାର୍ଯ୍ୟରତ କିଛି କର୍ମଚାରୀ ଛାତ୍ରୀଙ୍କୁ ଚାପ ପକାଉଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି । ପୁଲିସ ତଦନ୍ତ ବେଳେ ବାବାଙ୍କ ସଂସ୍ଥାର ବେସମେଣ୍ଟରୁ ଦାମୀ କାର୍, ବାଇକ୍ ଆଦି ଜବତ କରିଛି । ସିସିଟିଭି ଫୁଟେଜ୍ ଓ ଅଭିଯୋଗକାରିଣୀଙ୍କ ବୟାନ ଆଧାରରେ ପୁଲିସ ତଦନ୍ତ ଜାରି ରହିଛି ।