କନକ ବ୍ୟୁରୋ: ବିଶ୍ବାସରେ ଡାକିଲେ ଓ କରେ ମା’ ଗଙ୍ଗେଶ୍ବରୀ ଠାକୁରାଣୀ । ସୁନା, ରୂପା, କି ଯାହା ବି ଧନ ହଜିଗଲେ ମା ପାଖେ ମାନସିକ କଲେ ଠିକଣା କହିଦିଏ , ସେଇଠୁ ହିଁ ମିଳିଯାଏ ହଜିଲା ଧନ । ଓଡ଼ିଶା ଭକ୍ତି ଏବଂ ବିଶ୍ବାସର ରାଜ୍ୟ, ଏଠାର ଲୋକେମାନେ ନିଜର ଭକ୍ତି ଏବଂ ବିଶ୍ଵାସ ରେ କାଷ୍ଟ, ପାଷାଣ, ଗଛ, ପାହାଡ କୁ ଦେବତା ସଜେଇ ଦିଅନ୍ତି। ସେହି ଦେବତା ଭକ୍ତି ଏବଂ ବିଶ୍ବାସର ରଜୁରେ ବନ୍ଧା ହୋଇ ଭକତର ଡାକକୁ କାନଡେରି ଶୁଣିଥାନ୍ତି । ସେହିଭଳି ଏକ ବିଶ୍ବାସ ର ଦେବୀ ହେଉଛନ୍ତି ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗ୍ରାମର ଗ୍ରାମଦେବତୀ ହେଉଛନ୍ତି ମା’ ଗଙ୍ଗେଶ୍ଵରୀ ଠାକୁରାଣୀ । ଆଜିର ବିଜ୍ଞାନ ଯୁଗରେ ଆଜି ବି ବଞ୍ଚି ରହିଛି ଈଶ୍ବର ବିଶ୍ଵାସ ସୁନା ରୂପା, ଧନ ହଜିଗଲେ ଏଠାରେ ପୁଲିସ ପାଖକୁ ଯିବାକୁ ପଡ଼େନି । ସିଧା ଚାଲନ୍ତି ଗ୍ରାମଦେବତୀ ମା’ ଗଙ୍ଗେଶ୍ବରୀଙ୍କ ପାଖକୁ । ଯାହା ହଜିଥିବ କି ଚୋରି ହୋଇଥିବା ମା’ ଆଗରେ ସବୁ କହି ମାନସିକ କରନ୍ତି ଲୋକେ । ଆଉ ଠାକୁରାଣୀ ହଜିବା ଦରବ ଖୋଜି ଦିଅନ୍ତି ।
ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗ୍ରାମର ଗ୍ରାମଦେବତୀ ହେଉଛନ୍ତି ମା’ ଗଙ୍ଗେଶ୍ବରୀ ଠାକୁରାଣୀ । ଗାଁ ମଝିରେ ଏକ ଛୋଟ ମନ୍ଦିର ରେ କାହିଁ କେଉଁ ଆବାହମାନ କାଳରୁ ଗ୍ରାମବାସୀଙ୍କ ଦ୍ବାରା ପୂଜିତା ହୋଇ ଆସୁଛନ୍ତି ମା । ବେଗୁନିଆବସ୍ତ ,ନନ୍ଦୀପୁର ଏହି ଦୁଇଗ୍ରାମର ଗ୍ରାମଦେବୀ ଭାବେ ମା ଏହି ଦୁଇ ଗ୍ରାମର ଗ୍ରାମବାସୀ ଙ୍କ ସୁଖ ଦୁଃଖ ର ସାହାରା ହୋଇଛନ୍ତି ମା’ ଗଙ୍ଗେଶ୍ବରୀ । ଲୋକଙ୍କ ବିଶ୍ଵାସ ଅଛି ରୁପା,କଂସା ବାସନ ହଜିଗଲେ ମା ଗଂଗେଶ୍ଵରୀ ଦେବୀ ଖୋଜିଆଣି ଦେଇଥାନ୍ତି ତାଙ୍କର ଭକ୍ତ ମାନଙ୍କୁ । ଏହି ବିଶ୍ଵାସ କୁ ନେଇ ଆଜି ବି ଅସ୍ତରଙ୍ଗ, କାକଟପୁର ଅଞ୍ଚଳର ଲୋକମାନଙ୍କ ର ଯଦି କେବେ ସୁନା ,ରୂପା କିମ୍ବା ବାସନକୁସନ ହଜି ଯାଏ ତେବେ ସେମାନେ ମା ଗଂଗେଶ୍ଵରୀ ଠାକୁରାଣୀ ଙ୍କ ନିକଟରେ ଗୁହାରିଆ ପଡ଼ନ୍ତି ଆଉ ସେ ଜିନିଷ ବି ମିଳିଯାଏ ।
ଅଧିକ ପଢନ୍ତୁ : ବୁଢୀ ଠାକୁରାଣୀ ଯାତ୍ରାରେ ଦୁଲୁକୁଛି ବ୍ରହ୍ମପୁରର ଗଳିକନ୍ଦି ; ଅସ୍ଥାୟୀ ମଣ୍ଡପରେ ବିଜେ କରିଛନ୍ତି ମା’
ବେଗୁନିଆବସ୍ତ ଗ୍ରାମକୁ ଆସି ଏଠାରେ ମୁଢି ମୁଆଁ ଭୋଗ କରି ମା ଙ୍କୁ ଧନ୍ୟବାଦ ଦେଇ ଫେରିଥାନ୍ତି । ଏହି ମୁଢି ମୁଆଁ ପ୍ରସ୍ତୁତ କରିଥାନ୍ତି ବେଗୁନିଆବସ୍ତ ଗ୍ରାମର ପୂଜକ ପରିବାର । ମୁଢି, ଗୁଡ ,ନଡିଆ ,ବାଦାମ, କାଜୁ ରେ ସ୍ବତନ୍ତ୍ର ପାଗ କରାଯାଇଥାଏ ଏହା ପରେ ଏହି ଗ୍ରାମର ମହିଳା ମାନେ ସେହି ମୁଢି ଗୁଡ ପାଗକୁ ହାତରେ ବୋଳି ମୁଆଁ ପ୍ରସ୍ତୁତ କରିଥାନ୍ତି ଏବଂ ସେହି ମୁଆଁ କୁ ନେଇ ମା ଗଂଗେଶ୍ଵରୀ ଠାକୁରାଣୀ ଙ୍କ ନିକଟରେ ଭୋଗ ଲଗାଇଥାନ୍ତି । ମା ଗଂଗେଶ୍ଵରୀ ଙ୍କ ମହିମା କେବଳ ଅସ୍ତରଙ୍ଗ କିମ୍ବା କାକଟପୁର ଅଞ୍ଚଳରେ ସୀମିତ ହୋଇ ନାହିଁ, ଧନ ହଜିଲେ ମା ଙ୍କ ନିକଟରେ ଗୁହାରି କରିବା ପାଇଁ କଟକ, ଭୁବନେଶ୍ବର, ପାରାଦୀପ, ଖୋର୍ଦ୍ଧା ଭଳି ଅନେକ ଦୂର ଦୁରନ୍ତ ଅଞ୍ଚଳର ଭକ୍ତ ମାନେ ନିଜ ଘରେ ରହି ମା ଙ୍କୁ ନିଜର ଦୁଖ ଜଣାଇଥାନ୍ତି । କଥାରେ କୁହନ୍ତି ପରା ବିଶ୍ବାସେ ମିଳନ୍ତି ହରି ତର୍କେ ବହୁ ଦୂର, ଯାହାର ପ୍ରମାଣ ଅସ୍ତରଙ୍ଗ ବେଗୁନିଆ ଗାଁରେ ଦେଖିବାକୁ ମିଳେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/12/06/maa-thakurani-2025-12-06-15-07-50.jpg)