କନକ ବ୍ୟୁରୋ: ଆନନ୍ଦ ଓ ସୌଭାଗ୍ୟର ବିଷୟ, ପରମପୁଜ୍ୟ ପରମହଂସ ପ୍ରଜ୍ଞାନାନନ୍ଦ ମହାରାଜଙ୍କର ଦିବ୍ୟ ମାର୍ଗଦର୍ଶନରେ ପବିତ୍ର ଗୋ ନବରାତ୍ରି ଚଳିତ ବର୍ଷ ହରିହରାନନ୍ଦ ଗୁରୁକୁଳମ, ବାଲିଘାଇ, ପୁରୀଠାରେ ଗୁରୁଗୋବିନ୍ଦ ଗୋସେବାଶ୍ରମ ଓ ଓଡିଶା ଗୋସେବା ସମିତିର ମିଳିତ ସହଯୋଗରେ ତା ୨.୧୧.୨୦୨୪ ରିଖଠାରୁ ତା ୧୦.୧୧.୨୦୨୪ ରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଅଛି । ଏହି ପବିତ୍ର ଅବସରରେ ନବଦିନ ବ୍ୟାପି ଜ୍ଞାନଯଜ୍ଞ, ନାମଯଜ୍ଞ, ଘୃତଯଜ୍ଞ, ଜପଯଜ୍ଞ ଏବଂ ଅନ୍ନଯଜ୍ଞ ୭ ଅନୁଷ୍ଠିତ ହେବ । ଗୋସେବାଶ୍ରମ ପରିସରରେ ଥିବା ଗୋମାତାଙ୍କ ନିମନ୍ତେ ପ୍ରତ୍ୟେକ ଦିନ ଗୋ ଭଣ୍ଡାର ଓ ଗୋପାଷ୍ଟମୀ ଦିନ ଶ୍ରୀଜଗନ୍ନାଥ ଧାମ, ଶ୍ରୀକ୍ଷେତ୍ର ପୁରୀର ସମସ୍ତ ଅସହାୟ ଗୋବଂଶଙ୍କ ନିମନ୍ତେ ଗୋଭଣ୍ଡାରର ଆୟୋଜନ କରାଯାଉଛି ।
ବ୍ରହ୍ମର୍ଷି ବାଟିକା, ବୃନ୍ଦାବନର ପୂଜ୍ୟ ସନ୍ଥ ବାବାଜୀ ଦୀନବନ୍ଧୁ ଦାସ ମହାରାଜଜୀ ତା୩.୧୧.୨୪ଠାରୁ ତା୯.୧୧.୨୪ ପର୍ଯ୍ୟନ୍ତ ଏକ ସପ୍ତାହ ବ୍ୟାପି “ଗୋଭାଗବତ କଥା” ପ୍ରବଚନ କରିବାକୁ ସଦୟ ସ୍ୱୀକୃତି ପ୍ରଦାନ କରିଛନ୍ତି । ଲବ୍ଧ ପ୍ରତିଷ୍ଠିତ ଗୋ ବିଜ୍ଞାନୀ ଏବଂ ଗୋ ଗବେଷକ ମାନଙ୍କୁ ନେଇ ଗୋ ଆଧାରିତ କୃଷି ଏବଂ ଗୋଜାତ ପଦାର୍ଥର ପ୍ରସ୍ତୁତି ପ୍ରଣାଳୀ ଉପରେ ୩ତାରିଖ ଠାରୁ ୨ ତାରିଖ ପର୍ୟ୍ୟନ୍ତ କର୍ମଶାଳାର ଆୟୋଜନ ହେଉଅଛି । ଏହି ପବିତ୍ର ଗୋ ନବରାତ୍ରି ଗତ ୨୦୨୨ ମସିହାଠାରୁ “ଗୋ ସେବା ସପ୍ତାହ” ଭାବରେ ଗୁରୁ ଗୋବିନ୍ଦ ଗୋ ସେବାଶ୍ରମ ଦ୍ୱାରା ପାଳିତ ହେଉଅଛି ଏବଂ ଏହି ଅବସରରେ ଗୋମାତାଙ୍କର ସେବା ନିମନ୍ତେ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ସେବା ଶିବିର ଓ ଗୋଭଣ୍ଡାରର ଆୟୋଜନ କରାଯାଉଛି । ପରମପୂଜ୍ୟ ପରମହଂସ ପ୍ରଜ୍ଞାନାନନ୍ଦ ଙ୍କର ଦିବ୍ୟପ୍ରେରଣା ଓ ମାର୍ଗ ଦର୍ଶନ ଏବଂ ସମସ୍ତ ଗୋଭକ୍ତ ମାନଙ୍କର ଅକୁଣ୍ଠ ସାହାଯ୍ୟ ଓ ସହଯୋଗରେ ଗୁରୁ ଗୋବିନ୍ଦ ଗୋ ସେବାଶ୍ରମ, ବାଲିଘାଇ ୧୩୫୦ ଅସହାୟ ଗୋବଂଶ ଏବଂ ୪୦୦ ଭାରତୀୟ ଦେଶୀ ଗୋମାତାଙ୍କର ଏକ ସ୍ୱର୍ଗୀୟ ଓ ମନୋରମ ଉପବନ ହୋଇପାରିଛି । ଏହି ପାବନ ଉତ୍ସବ ଅବସରରେ ଆପଣଙ୍କ ଦିବ୍ୟ ଉପସ୍ଥିତି ଓ ସଦୟ ସହଯୋଗ କାମନା କରାଯାଇଅଛି ।