କନକ ବ୍ୟୁରୋ : ଚାଲିଛି ବିଶ୍ୱ ନିଅନ୍ତାଙ୍କ ଅଣସର ସେବା । ଶ୍ରୀଅଙ୍ଗ ସେବକ ଭାବେ ମହାପ୍ରଭୁଙ୍କୁ ସୁସ୍ଥ କରିବା ପାଇଁ ମନପ୍ରାଣ ଦେଇ ଲାଗି ପଡିଛନ୍ତି । ଗତକାଲି ପଞ୍ଚମୀ ତିଥିରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଫୁଲୁରୀ ତେଲ ଲେପନ ପରେ ଜ୍ୱର ପିଡାରୁ ଧୀରେଧୀରେ ଉପଶମ ପାଉଛନ୍ତି ମହାପ୍ରଭୁ । ସେପଟେ ଆଜି ହେଉଛି ଅଣସରର ୬ଷ୍ଟ ଦିବସ ଅର୍ଥାତ ଷଷ୍ଠୀତିଥି । ଷଷ୍ଠୀ ତିଥିରୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବ ବିଭିନ୍ନ ଔଷଧୀୟ ସାମଗ୍ରୀରେ ପ୍ରସ୍ତୁତ ଓଷୁଅ । ଅଣସର ସୁଦ୍ଧ ସୂଆର ସେବକମାନେ ଝୁଣାକୁ ବାଟି ସେଥିରେ ତେଲ, କର୍ପୁର ଆଦି ସମ୍ମିଶ୍ରଣ କରି ଏକ ଔଷଧୀୟ ଓଷୁଅ ପ୍ରସ୍ତୁତ କରିଥାନ୍ତି । ଏହି ଓଷୁଅ କୁ ମଧ୍ୟାହ୍ନ ଧୂପ ପରେ ଦଇତାପତି ସେବକ ମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲେପନ କରିଥାନ୍ତି । ଯାହା ଫଳରେ ମହାପ୍ରଭୁ ସୁସ୍ଥ ଅନୁଭବ କରିଥାନ୍ତି ବୋଲି ବିଶ୍ୱାସ ରହିଛି । ଏହି ଓଷୁଅ ଲାଗି ସେବା ଷଷ୍ଠୀଠାରୁ ଆରମ୍ଭ ହୋଇ ନବମୀ ତିଥି ପର୍ଯ୍ୟନ୍ତ ଚାରିଦିନ ଧରି ଚାଲିବ ।
ଚାଲିଛି ବିଶ୍ୱ ନିଅନ୍ତାଙ୍କ ଅଣସର ସେବା, ଆଜିଠୁ ମହାପ୍ରଭୁଙ୍କ ଓଷୁଅ ଲାଗି
ଗତକାଲି ପଞ୍ଚମୀ ତିଥିରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଫୁଲୁରୀ ତେଲ ଲେପନ ପରେ ଜ୍ୱର ପିଡାରୁ ଧୀରେଧୀରେ ଉପଶମ ପାଉଛନ୍ତି ମହାପ୍ରଭୁ । ସେପଟେ ଆଜି ହେଉଛି ଅଣସରର ୬ଷ୍ଟ ଦିବସ ଅର୍ଥାତ ଷଷ୍ଠୀତିଥି । ଷଷ୍ଠୀ ତିଥିରୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବ ବିଭିନ୍ନ ଔଷଧୀୟ ସାମଗ୍ରୀରେ ପ୍ରସ୍ତୁତ ଓସ୍ୱ ।
/kanak/media/media_files/2025/06/17/K4X8k0mX2pOFzBRR7DUJ.jpg)