୧୪୪ ବର୍ଷ ପରେ ପବିତ୍ର ଭୂମି ପ୍ରୟାଗରାଜରେ ମହାକୁମ୍ଭମେଳାର ଆଧ୍ୟାତ୍ମିକତା ସାରା ବିଶ୍ବ ଦେଖିଲା । ସଙ୍ଗମରେ ବୁଡ଼ ପକାଇ ଶ୍ରଦ୍ଧାଳୁ ଆତ୍ମସନ୍ତୋଷ ଲାଭ କଲେ । ବିଦେଶୀ ବିଦେଶରୁ ଆସି ମହାକୁମ୍ଭମେଳା ଦେଖି ଚକିତ ହେଲେ । ଶ୍ରଦ୍ଧାଳୁ ପିତାମାତାଙ୍କୁ କାନ୍ଧରେ ବସାଇ ସାଧୁସନ୍ଥଙ୍କ ଆଶିର୍ବାଦ ନେଲେ । କହିବାକୁ ଗଲେ ଅପାରଶାନ୍ତି ଲାଭ କଲେ ଭକ୍ତ । କିନ୍ତୁ ଅପାରଶାନ୍ତି ଭିତରେ ବି ଅଶାନ୍ତି ଖେଳାଇଦେଲା ଧାଁଦଉଡ଼ , ଦଳାଚକଟା । କେତେ ଯେ ନିଷ୍ପାପ ଜୀବନ ପାଦ ତଳେ ଦବି ମାଟିରେ ମିଶିଲା ତାହାର ଠିକଣା ନାହିଁ ।
/kanak/media/media_files/2025/02/10/89BaS2REqGyMerZwX9Lo.jpg)
ତେବେ ୧୨ ଫେବୃୟାରୀରେ ପଡୁଛି ମାଘ ପୂର୍ଣ୍ଣିମା , ମହାକୁମ୍ଭରେ ବୁଡ଼ ପକାଇ ମୋକ୍ଷ ପ୍ରାପ୍ତ ପାଇଁ ଶ୍ରଦ୍ଧାଳୁଙ୍କ ମନରେ କେତେ ଆଶା । ଏଥିପାଇଁ ବିଭିନ୍ନ ମାର୍ଗରୁ ଦେଶର କୋଣଅନୁକୋଣରୁ ଲୋକ ପ୍ରୟାଗରାଜ ପହଁଞ୍ଚୁଛନ୍ତି । ଏଥିପାଇଁ ମହାକୁମ୍ଭକୁ ଯିବାକୁ ଥିବା ପ୍ରତିଟି ଟ୍ରେନ୍ ରେ ଏବେ ପ୍ରବଳ ଭିଡ଼ । ସଡ଼କ ରାସ୍ତାରେ ବି ଲକ୍ଷାଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ମହାକୁମ୍ଭ ପହଁଞ୍ଚୁଛନ୍ତି । ପ୍ରତିଦିନ ପ୍ରୟାଗରାଜର ପବିତ୍ର ମାଟିରେ ହଜାର ହଜାର ବସ୍ ର ଆଗମନ ହେଉଛି ।
/kanak/media/media_files/2025/02/10/m8xAQs8nlTlXueQ04rQn.jpg)
କିନ୍ତୁ ଟ୍ରେନରେ ସବୁଠାରୁ ଅଧିକ ଶ୍ରଦ୍ଧାଳୁ ମହାକୁମ୍ଭକୁ ଆସୁଛନ୍ତି । ଯାହାଦ୍ବାରା ଷ୍ଟେସନରେ ଯାତ୍ରୀମାନଙ୍କର ପ୍ରବଳ ଭିଡ଼ ଲାଗିରହୁଛି । ବିହାରର ସମସ୍ତିପୁର ରେଲୱେ ଷ୍ଟେସନର ସ୍ଥିତି ବି କିଛି ଏମିତି । ଯେଉଁଠାରେ ଶ୍ରଦ୍ଧାଳୁଙ୍କ ଭିଡ଼ କଥା ନ କହିବା ଭଲ । ଲୋକ ଜେଣତେଣ କରି ମହାକୁମ୍ଭରେ ପହଁଞ୍ଚିବାକୁ ଚାହୁଁଛନ୍ତି । ଠେଲାପେଲା , ଧସ୍ତାଧସ୍ତି , କାହା ଉପରେ ଚଢିକରି ଯିବାକୁ ପଡ଼ିଲେ ବି କେହି ପଛଘୁଞ୍ଚା ଦେଉନାହାନ୍ତି ।
/kanak/media/media_files/2025/02/10/fGZe7snkG7Si7E3h8nl1.jpg)
ଯାତ୍ରୀଙ୍କ ଭିଡ଼ ଜୟନଗରରୁ ଲୋକମାନ୍ୟ ତିଲକ ଟର୍ମିନାଲ୍ ଯାଉଥିବା ପବନ ଏକ୍ସପ୍ରେସ୍ ଟ୍ରେନର ଗେଟ୍ ଏବଂ କାଚକୁ ମଧ୍ୟ ଗୋଇଠା ମାରି ଭାଙ୍ଗି ଦେଇଛନ୍ତି । ଜୀବନକୁ ବାଜି ଲଗାଇ ଯାତ୍ରୀ ସ୍ଲିପର୍ କ୍ଲାସରେ ଟ୍ରେନର ଆପାତ୍ତକାଳୀନ ଝରକା ଦେଇ ପ୍ରବେଶ କରୁଥିବାର ନଜର ଆସୁଛନ୍ତି ।
/kanak/media/media_files/2025/02/10/jsW67CeIGhGtzeU9hZbt.jpg)
ପ୍ରବଳ ଭିଡ଼ ପାଇଁ ଅନେକ ଯାତ୍ରୀ ଟ୍ରେନରେ ଚଢିପାରିଲେନାହିଁ । ଟ୍ରେନ୍ ଗେଟରେ ଭିଡ଼ ଅଧିକ ଥିବାରୁ ଲୋକ ଝରକା ବାଟ ଦେଇ ଟ୍ରେନ୍ ଭିତରକୁ ପ୍ରବେଶ କଲେ ।
/kanak/media/media_files/2025/02/10/Q11tMvT2UX05yQEiYho1.jpg)
ଆପଣଙ୍କୁ କହିରଖୁଛୁ କି ମୌନୀ ଅମାବାସ୍ୟା ପରେ ଜୟନଗରରୁ ଲୋକମାନ୍ୟ ତିଲକ ଟର୍ମିନାଲ୍ ପର୍ଯ୍ୟନ୍ତ ଯାଉଥିବା ପବନ ଏକ୍ସପ୍ରେସ୍ ଟ୍ରେନ୍ ରେ ପ୍ରୟାଗରାଜ ଯିବା ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ବଢୁଛି ।
/kanak/media/media_files/2025/02/10/vfst9ER9vrcZ3YiaMDuZ.jpg)