କନକ ବ୍ୟୁରୋ: ମିଳିଲା ନର କଙ୍କାଳର ପରିଚୟ । ପୋଲିସ ଉଦ୍ଧାର କରିଥିବା କଙ୍କାଳ ହେଉଛି ଏକ ନିଖୋଜ ନାବାଳିକାର । ନାବାଳିକାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଗଞ୍ଜାମ ସୋରଡ଼ା ଥାନା ଗାଜଲବାଡ଼ି କେଟାମଣି ପାହାଡ ନିକଟ ଜଙ୍ଗଲରୁ ଗତକାଲି ଏକ କଙ୍କାଳ ଉଦ୍ଧାର କରାଯାଇଥିଲା । କଙ୍କାଳ ପାଖରୁ ମୋବାଇଲ୍, ପ୍ୟାଣ୍ଟ୍, ବେକର୍ ମାଳି ଉଦ୍ଧାର କରିଥିଲା ସୋରଡ଼ା ପୋଲିସ । ଏହାପରେ ଆରମ୍ଭ ହୋଇଥିଲା ତଦନ୍ତ । ଆଜି(ସୋମବାର) ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ତେବେ ନରକଙ୍କାଳଟି ଜଣେ ନାବାଳିକାର ବୋଲି ଜଣାପଡିଛି । ନାବାଳିକା ଜଣକ ଟିକାବାଲି ଅଞ୍ଚଳର ବୋଲି ଜଣାପଡିଛି । ସେ ଗତ ଫେବୃଆରୀ ୨୭ ତାରିଖ ଦିନ ଟ୍ୟୁସନ୍ ଯାଇ ଆଉ ଘରକୁ ଫେରି ନଥିଲେ ।
ବହୁ ଖୋଜାଖୋଜି କରିବାପରେ ବି ଝିଅ ନମିଳିବାରୁ ପରିବାର ଲୋକେ ସ୍ଥାନୀୟ ଟିକାବାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହାପରେ ଅନୁସନ୍ଧାନ ଆରମ୍ଭ କରିଥିଲା ପୋଲିସ । ତଦନ୍ତ ବେଳେ ଗତକାଲି କେଟାମଣି ପାହାଡ ନିକଟ ଜଙ୍ଗଲରୁ ଏକ କଙ୍କାଳ ବିଷୟରେ ପୋଲିସ ସୂଚନା ପାଇଥିଲା । ଚିହ୍ନଟ ପାଇଁ ନାବାଳିକାଙ୍କ ପରିବାରବର୍ଗଙ୍କୁ ଖବର ଦିଆଯାଇଥିଲା । ଘଟଣାସ୍ଥଳରେ ପରିବାର ଲୋକ ପହଞ୍ଚି ମୋବାଇଲ୍, ମାଳି, ସାର୍ଟ ପ୍ୟାଣ୍ଟ୍ ଦେଖି ଏହା ନିଜ ଝିଅର କଙ୍କାଳ ବୋଲି ଚିହ୍ନଟ କରିଥିଲେ । ପୋଲିସ ଏହି ଘଟଣା ନେଇ ଥାନାରେ କିଛି ଲୋକଙ୍କୁ ରଖି ଏବେ ପଚରାଉଚରା କରୁଛି । ପୋଲିସ ପକ୍ଷରୁ ଏଯାଏଁ କୌଣସି ତଥ୍ୟ ମିଳିନଥିବା ବେଳେ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ନାବାଳିକା ଝିଅର ବାପା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/03/24/8qp53sKyODDN4USOk4ZT.jpg)