କନକ ବ୍ୟୁରୋ: ଅପହରଣ କରିଥିବା ଯୁବକଙ୍କ ଘର ଆଗରେ ପଡି ରହିଛି ନିଖୋଜ ନାବାଳିକାଙ୍କ ମୃତଦେହ । ଧାମନଗର ଥାନା ଅଧିନ ଚୁଡାକୁଟି ପଞ୍ଚାୟତର ସୋରିଷଡ଼ିହ ଗାଁରୁ ଆସିଲା ଏପରି ଘଟଣା ଦେଖିବାକୁ ମିଳିଛି ।
୮ ମାସ ପୂର୍ବେ ଏହି ଗ୍ରାମର ଗୋଳଖ ସୁତାରଙ୍କ ଝିଅ ଲିଲି ସୁତାରଙ୍କୁ ସେହି ଗ୍ରାମର ଦୁର୍ଯ୍ୟୋଧନ ବେହେରାଙ୍କ ପୁଅ ଗୌତମ ବେଙ୍ଗାଲୁରୁ ନେଇ ପଳେଇଥିଲା । ଝିଅକୁ ନପାଇ ଲିଲିଙ୍କ ପରିବାର ଧାମନଗର ଥାନାରେ ଝିଅ ନିଖୋଜ ହେବା ଅଭିଯୋଗ କରିଥିଲେ । ଏନେଇ ଗୌତମଙ୍କ ପରିବାରକୁ ପଚାରିବାରୁ ସେମାନେ ଲିଲିଙ୍କ ବିଷୟରେ ଜାଣିନଥିବା କହିଥିଲେ । ତେବେ ହଠାତ୍ ୪ ଦିନ ତଳେ ଗୌତମର ପରିବାର ଲିଲି ରାଣୀଙ୍କ ଘରକୁ ଆସି ଲିଲି ଗୁରୁତର ଥିବା କହିଥିଲେ। ପରିବାର ଲୋକେ ଏହା ଜାଣି କଟକ ଯାଇଥିବା ବେଳେ ଝିଅର ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ। ତେବେ ଲିଲିଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।
ଗତକାଲି ସନ୍ଧ୍ୟାରୁ ଗୌତମଙ୍କ ଘର ଆଗରେ ଲିଲିଙ୍କ ମୃତଦେହକୁ ରଖି ପ୍ରତିବାଦ କରୁଛନ୍ତି ଲିଲିଙ୍କ ପରିବାର ଲୋକେ । ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଅପହରଣ କରିଥିବା ଯୁବକ ଗୌତମ ଫେରାର ଅଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/11/28/mu0v2VMmaSz6CDFeSu7V.jpg)