କନକ ବ୍ୟୁରୋ : ନାଳରେ ଭାସିଲା ନାବାଳିକାଙ୍କ ମୃତଦେହ । ଅନୁଗୁଳ ଭାଲୁଖାଇ ନାଳରୁ ଭାସମାନ ଅବସ୍ଥାରେ ନାବାଳିକା ମୃତଦେହ ଉଦ୍ଧାର । ଗତକାଲି ଠାରୁ ନିଖୋଜ ଥିଲେ । ତେବେ ଆଜି ନାଳରୁ ଉଲଗ୍ନ ଅବସ୍ଥାରେ ମୃତଦେହ ମିଳିବା ପରେ ପ୍ରଥମେ ଦୁଷ୍କର୍ମ, ପରେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ଭାଇ । ଅନୁଗୁଳ ସଦର ଥାନା ଶ୍ୟାମସୁନ୍ଦରପୁର ଅଞ୍ଚଳରେ ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି । ନାବାଳିକାର ଦୁଇ ଆଖି ତାଡ଼ି ନେଇଥିବା ବେଳେ କାନ ମଧ୍ୟ ଛିଣ୍ଡି ଯାଇଥିବା ଜଣାପଡ଼ିଛି । ଏପରିକି ବେକରେ କଟା ଦାଗ ସନ୍ଦେହ ବଢ଼ାଇ ଦେଇଛି ।

Advertisment

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ସକାଳ ୯ଟାରୁ ମୃତଦେହ ଉଦ୍ଧାର ହୋଇଥିଲେ ବି ଅପରାହ୍ଣରେ ପହଞ୍ଚିଛି ସାଇଣ୍ଟିଫିକ୍ ଟିମ୍‌  । ଏହାସହ ଅନୁଗୁଳ ଏସପି ମଧ୍ୟ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସେପଟେ ନାବାଳିକାକୁ ହତ୍ୟା କରାଯାଇଥିବା ଦାବିରେ ଟାୟାର ଜାଳି ରାସ୍ତା ରୋକ କରିଛନ୍ତି ସ୍ତାନୀୟ ଲୋକେ । ଫଳରେ ଅନୁଗୁଳ-ବନ୍ତଳା ମୁଖ୍ୟ ରାସ୍ତା ଅବରୋଧ ହୋଇଛି । ନାବାଳିକାକୁ ନ୍ୟାୟ ସହ ଘଟଣାର ସଠିକ ତଦନ୍ତ ଦାବି କରିଛନ୍ତି ଗ୍ରାମବାସୀ ।