କନକବ୍ୟୁରୋ : ପ୍ରେମିକାଙ୍କୁ ଗଳାକାଟି ବିଭତ୍ସ ହତ୍ୟା ଘଟଣାରେ ଧରାପଡ଼ିଲା ଅଭିଯୁକ୍ତ । ଜଙ୍ଗଲରୁ ଉଠାଇ ଆଣିଲା ପୋଲିସ। ଏକତରଫା ପ୍ରେମକୁ ନେ ଇ ସୋରରେ ଘରେ ପଶି ଯୁବତୀଙ୍କ ଗଳାକାଟି ହତ୍ୟା କରିଥିଲା ଅଭିଯୁକ୍ତ ।  ଘଟଣାର ୩ ଦିନ ପରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଯୁବତୀ ଜଣଙ୍କ ଭୁବନେଶ୍ୱରରେ ଏକ ଘରୋଇ ସଂସ୍ଥାରେ କାମ କରୁଥିବା ବେଳେ ଦୁଇମାସ ତଳେ ଘରକୁ ଆସିଥିଲେ। ଘରେ କେହି ନଥିବା ବେଳେ ହତ୍ୟା କରିଥିଲା ଯୁବକ । ତେବେ କିଛିଦିନ ତଳେ ଜଣେ ଯୁବକ ତାଙ୍କୁ ହଇରାଣ କରୁଥିବା ନେଇ ସୋର ଥାନାରେ ଅଭିଯୋଗ ହୋଇଥିଲା । ସିସିଟିଭ ଫୁଟେଜ୍ ସଂଗ୍ରହ କରି ହତ୍ୟାକରୀକୁ ଧରିବା ପାଇଁ ଏକ ଟିମ୍ ଗଠନ କରିଥିଲା ପୋଲିସ । ଆଜି ଜଙ୍ଗଲରୁ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।