କନକ ବ୍ୟୁରୋ : ଦିନକୁ ଦିନ ଦେଶ ଯେତିକି ଆଧୁନିକ ହୋଇ ହୋଇ ଯାଉଛି ତା’ଠାରୁ ଅଧିକ ଯୁବତୀଙ୍କ ଚିତ୍କାର ପ୍ରତିଦିନ ଶୁଣିବାକୁ ମିଳୁଛି । ଆଜି ଅମକ ସ୍ଥାନରେ ଦୁଷ୍କର୍ମ କାଲି ସମକ ସ୍ଥାନରେ ଗଣଦୁଷ୍କର୍ମର ଖବର ସାମ୍ନାକୁ ଆସୁଛି । ଆଉ ଏମିତି ହିଁ ଏକ ହୃଦୟ ବିଦାରକ ଘଟଣା ଉତ୍ତରପ୍ରଦେଶର ବଳରାମପୁର ଜିଲ୍ଲା ଦେହାତ କୋତୱାଲୀରୁ ଆସିଛି । ଦୁର୍ଭାଗ୍ୟର କଥା ହେଉଛି ଏହି ଗଣଦୁଷ୍କର୍ମ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କ ସହ ଘଟିଛି ଯିଏ କଥା କହିବାରେ ସକ୍ଷମ ନଥିଲେ ଏବଂ ଏହି ଘଟଣା ଥାନାଠାରୁ ମାତ୍ର ୨୦ ମିଟର ଦୂରରେ ହିଁ ଘଟିଛି ।
/filters:format(webp)/kanak/media/media_files/2025/08/18/up-rape-case-2025-08-18-12-25-19.jpg)
୨୨ ବର୍ଷୀୟ ବଧିର ଯୁବତୀଙ୍କୁ ସୋମବାର ରାତି ପ୍ରାୟ ୮ ଟା ବେଳେ ଅଭିଯୁକ୍ତ ଗଣଦୁଷ୍କର୍ମ କରିଛନ୍ତି । ଯାହା ଜିଲ୍ଲାର ସୁରକ୍ଷା ବ୍ୟବସ୍ଥା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପୀଡିତା ସୋମବାର ରାତିରେ ତାଙ୍କ ଭଉଣୀଙ୍କ ଘରୁ ଡିଏମ୍ ବାସଭବନ ନିକଟରେ ଥିବା ନିଜ ଘରକୁ ଯାଉଥିଲେ । ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ରାସ୍ତାରେ କିଛି ଯୁବକ ତାଙ୍କୁ ଜବରଦସ୍ତି ଅପହରଣ କରି ନିକଟସ୍ଥ ଏକ ନିଛାଟିଆ ବିଲକୁ ନେଇ ଗଣଦୁଷ୍କର୍ମ କରିଥିଲେ । ଯେହେତୁ ଯୁବତୀ ଜଣକ କଥା କହିପାରନ୍ତି ନାହିଁ, ସେ ସାହାଯ୍ୟ ପାଇଁ ଚିତ୍କାର କରିପାରି ନ ଥିଲେ ଏବଂ ଅଭିଯୁକ୍ତ ଦୁଷ୍କର୍ମ କରିଥିଲେ । ଯେତେବେଳେ ପୀଡିତା ଘଣ୍ଟାଏ ପର୍ଯ୍ୟନ୍ତ ଘରକୁ ଫେରି ନଥିଲେ, ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ । ଖୋଜାଖୋଜି ସମୟରେ ସେ ବିଲରେ ସନ୍ଦେହଜନକ ଅବସ୍ଥାରେ ମିଳିଥିଲେ । ଉକ୍ତ ସ୍ଥାନରୁ ମିଳିଥିବା ସିସିଟିଭି ଫୁଟେଜ୍ ଅନୁସାରେ ଯୁବତୀ ଜଣକ ଜୀବନ ବଞ୍ଚାଇ ଦୌଡୁଥିବା ବେଳେ ଅଭିଯୁକ୍ତ ବାଇକରେ ବସି ତାଙ୍କର ପଛରେ ଗୋଡ଼ାଉଥିବା ନଜର ଆସୁଛନ୍ତି । ତେବେ ପୀଡ଼ିତାଙ୍କୁ ତୁରନ୍ତ ଜିଲ୍ଲା ମହିଳା ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ତାଙ୍କର ଚିକିତ୍ସା ଚାଲିଛି ।
/filters:format(webp)/kanak/media/media_files/2025/08/18/encounter-of-balra-2025-08-18-12-25-46.jpg)
ଡାକ୍ତରଙ୍କ ଅନୁସାରେ ପୀଡିତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି କିନ୍ତୁ ସେ ଗଭୀର ଆଘାତରେ ଅଛନ୍ତି । ଏହି ଘଟଣା କେବଳ ପୀଡ଼ିତା ଏବଂ ତାଙ୍କ ପରିବାରକୁ ପ୍ରଭାବିତ କରିନାହିଁ ବରଂ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଉତ୍ତେଜନା ସୃଷ୍ଟି କରିଛି । ଏହି ଘଟଣା ପୁଲିସର କାର୍ଯ୍ୟଶୈଳୀ ଏବଂ ସୁରକ୍ଷା ବ୍ୟବସ୍ଥାର ଅବହେଳାକୁ ପଦାକୁ ଆଣିଛି । ବାହାଦୁରପୁର ପୁଲିସ ଥାନାର ତିନିରୁ ଚାରୋଟି ସିସିଟିଭି କ୍ୟାମେରା ବନ୍ଦ ଥିବାବେଳେ ଏସପିଙ୍କ ବାସଭବନ ନିକଟରେ ଥିବା ଏକ କ୍ୟାମେରାରେ ୧୪ ସେକେଣ୍ଡର ଫୁଟେଜ୍ ମିଳିଛି ଯେଉଁଥିରେ ପୀଡ଼ିତା ଦୌଡୁଥିବାର ଦେଖାଯାଉଛି । ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଏତେ ସମ୍ବେଦନଶୀଳ ଅଞ୍ଚଳରେ ପୁଲିସର ଅବହେଳା ହେତୁ ଏହି ଘଟଣା ଘଟିଛି ।