କନକ ବ୍ୟୁରୋ: ଝାଡ଼ାବାନ୍ତିରେ ପୁଣି ଆଜି ଦେଢ଼ ବର୍ଷର କୁନି ଝିଅର ମୃତ୍ୟୁ ହୋଇଛି । ଦିଗପହଣ୍ଡି ବ୍ଲକ୍ ସହଦେବ ଟିକରପଡ଼ା ଗ୍ରାମପଞ୍ଚାୟତ ଉସ୍ତପଲ୍ଲୀ ଗ୍ରାମର ଦେଢ଼ ବର୍ଷର କୁନି ଝିଅ ବବୁଲି ଶବର ଝାଡ଼ାବାନ୍ତିର ଆକ୍ରାନ୍ତ ହୋଇ ବ୍ରହ୍ମପୁର ମେଡିକାଲରେ ଚିକିତ୍ସିତ ହୋଇ ଗୁରୁବାର ସୁସ୍ଥ ହେଇ ଘରକୁ ଫେରିଥିଲେ କିନ୍ତୁ ଆଜି ତା’ର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଦିଗପହଣ୍ଡିରେ ମୋଟ ଝାଡ଼ାବାନ୍ତିରେ ମୃତ୍ୟୁ ସଂଖ୍ୟା ୫ରେ ପହଞ୍ଚିଛି ।
ପ୍ରଥମେ ସାନଖେମୁଣ୍ଡି ବ୍ଲକ୍ ପୋଡ଼ାମାରି ପଞ୍ଚାୟତର ତାଳପୁର ଗ୍ରାମର ଗଙ୍ଗା ନାୟକ ଓ କଂସାମାରି ଗ୍ରାମର କେ.କୁନି ଦୋରା ଝାଡାବାନ୍ତିରେ ପ୍ରାଣ ହରାଇଥିଲେ ପରେ ଦିଗପହଣ୍ଡି ବ୍ଲକ ଉସ୍ତପଲ୍ଲୀ ଗ୍ରାମରେ ପ୍ରକାଶ ରଇତ ଓ ଦାସ ଶବର ମୃତ ହୋଇଥିଲେ କିନ୍ତୁ ଆଜି ପୁଣି ଆଉ ଜଣେ ଉସ୍ତପଲ୍ଲୀ ଗ୍ରାମର ବାବୁଲି ଶବର ଝାଡ଼ାବାନ୍ତିରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/07/11/diarrhoea-2025-07-11-16-12-59.jpg)