ମର୍ଯ୍ୟାଦାପୁରୁଷ ପ୍ରଭୁ ଶ୍ରୀରାମଙ୍କ ନଗରୀ ଅଯୋଧ୍ୟାରେ ରାମଲଲ୍ଲାଙ୍କ ପ୍ରାଣପ୍ରତିଷ୍ଠାର ପ୍ରଥମ ବର୍ଷକୁ ବଡ଼ ଧୁମଧାମର ସହ ପାଳନ କରୁଛନ୍ତି ଅଯୋଧ୍ୟାବାସୀ । ତ୍ରେତୟା ଭଳି ନବବଧୂ ପରି ସଜେଇ ହୋଇଛି ଅଯୋଧ୍ୟା । ବାଳ ରାମଙ୍କ ବିଭିନ୍ନ ବେଶକୁ ଦର୍ଶନ କରି ସୌଭାଗ୍ୟ ଅର୍ଜନ କରୁଛନ୍ତି ଭକ୍ତ । ଇତ୍ୟଅବସରରେ ରାମଲଲ୍ଲାଙ୍କୁ ଦର୍ଶନ କରିବାକୁ ପହଂଚିଥିବା ୯ ବର୍ଷର ଝିଅ ବେଦିକା ପ୍ରଭୁ ଶ୍ରୀରାମଙ୍କୁ ତାଙ୍କର ସାଙ୍ଗ ବୋଲି କୁହନ୍ତି । ପ୍ରଭୁଙ୍କ ପରି ବେଶଭୂଷା ଧାରଣ କରି ସାରା ଦେଶରୁ ଆସିଥିବା ଶ୍ରଦ୍ଧାଳୁଙ୍କ ଧ୍ୟାନ ଆକର୍ଷଣ କରୁଛନ୍ତି ବେଦିକା ।
ଅବିକଳ ରାମଲଲ୍ଲାଙ୍କ ପରି ଦେଖାଯାଉଥିବାରୁ କୁନିଝିଅଟି ନିଜକୁ ରଘୁବୀରଙ୍କ ମିତ୍ର ବୋଲି କୁହନ୍ତି । ଏମିତିକି କବିତା ମାଧ୍ୟମରେ ସେ ପ୍ରଭୁ ଏବଂ ଭକ୍ତଙ୍କ ମନକୁ ମଧ୍ୟ ମୋହିଛନ୍ତି । ଅନ୍ୟପକ୍ଷରେ ଝିଅଟିର ମା’ ଦୀକ୍ଷା ଜେସୱାଲ୍ ଅଭିଭାବକଙ୍କୁ ନିବେଦନ କରି କହିଛନ୍ତି ଯେ , ନିଜ ପିଲାଙ୍କୁ କାର୍ଟୁନ୍ ବେଶରେ ସଜାଇ ହସର ପାତ୍ର ବନାନ୍ତୁ ନାହିଁ ବରଂ ରାମ-କୃଷ୍ଣ ବେଶରେ ଜୀବନ ପ୍ରକୃତ ଗୌରବ ହାସଲ କରିବା ଶିଖାନ୍ତୁ । ମହରାଷ୍ଟ୍ରରୁ ଅଯୋଧ୍ୟା ଆସିଥିବା ବେଦିକା କୁହନ୍ତି ମୁଁ ରାମଲଲ୍ଲାଙ୍କ ପରି ଦେଖାଯାଉଥିବା ତାଙ୍କର ମିତ୍ର । ଆଜି ପ୍ରତିଷ୍ଠା ଦ୍ବାଦଶୀ ଅବସରରେ ମୁଁ ପ୍ରଭୁଙ୍କ ଦର୍ଶନ କଲି ଏବଂ ଲୋକ ମୋ ସହ ସେଲ୍ଫି ନେବାକୁ ମଧ୍ୟ ଆସିଲେ । ମତେ ବହୁତ ଭଲ ଲାଗିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/01/11/x6Gw4BsomKnCHfQ6V5ed.jpg)