ରିଲ୍ସ କଲାବେଳେ  ନଦୀରେ ପଡିଗଲେ ; ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି।

ମୋବାଇଲ୍‌ରେ ରିଲ୍ କରିବା ହେଲା କାଳ । ରିଲ୍ସ କଲା ବେଳେ ଅସବଧାନତା ପାଇଁ ବ୍ରିଜ ଉପରୁ ବ୍ରାହ୍ମଣୀ ନଦୀକୁ ଖସି ପଡିଲେ ଯୁବତୀ । ଢେଙ୍କାନାଳ ତରଭା ଗାଁର ଯୁବତୀକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି ।

dhenkanal

dhenkanal Photograph: (kanakNews)


ମୋବାଇଲ୍‌ରେ ରିଲ୍ କରିବା ହେଲା କାଳ । ରିଲ୍ସ କଲା ବେଳେ ଅସବଧାନତା ପାଇଁ ବ୍ରିଜ ଉପରୁ ବ୍ରାହ୍ମଣୀ ନଦୀକୁ ଖସି ପଡିଲେ ଯୁବତୀ । ଢେଙ୍କାନାଳ ତରଭା ଗାଁର ଯୁବତୀକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି ।
ରିଲ୍ସ କଲାବେଳେ ନଦୀରେ ପଡ଼ିଗଲେ

କନକ ବ୍ୟୁରୋ: ମୋବାଇଲରେ ରିଲ୍ସ କରିବା ହେଲା କାଳ। ରିଲ୍ସ କରିବା ସମୟରେ ଅସାବଧାନତା ଯୋଗୁଁ ବ୍ରିଜ ଉପରୁ ବ୍ରାହ୍ମଣୀ ନଦୀରେ ଖସି ପଡିଲେ ଯୁବତୀ । ଯୁବତୀ ଜଣଙ୍କ ହେଉଛନ୍ତି ଢେଙ୍କାନାଳ ତରଭା ଗାଁର ୧୯ ବର୍ଷୀୟା ଅମ୍ବିକା ନାୟକ । ଅମ୍ବିକା ମାଉସି ସହ ମିଶି ଢେଙ୍କାନାଳ ତରଭା ଗାଁରୁ କାମାକ୍ଷାନଗର ଖଟୁଆହତା ଯାଉଥିଲେ । ଅଧା ବାଟରେ ଅଟୋକୁ ଅଟକାଇ କମଗରା ବ୍ରାହ୍ମଣୀ ନଦୀ ବ୍ରିଜ ଉପରେ ଅମ୍ବିକା ମୋବାଇଲରେ ରିଲ୍ସ କରୁଥିଲେ । ଏହି ସମୟରେ ଅସାବଧାନତା ବସତଃ ଗୋଡ ଖସିଯାଇ ନଦୀ ଭିତରକୁ ପଡି ଯାଇଥିଲେ । 

ଘଟଣାସ୍ଥଳରେ ଉପସ୍ଥିତ ସ୍ଥାନୀୟ ବାସିନ୍ଦା ଅଧଘଣ୍ଟା ଧରି ପରିଶ୍ରମ ପରେ ଅମ୍ବିକାକୁ ଉଦ୍ଧାର କରିଥିଲେ । ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଡାକ୍ତରଙ୍କ ଦ୍ୱାରା ତାଙ୍କର ଚିକିତ୍ସା ଜାରି ରହିଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ଥିବା ଜଣା ପଡ଼ିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe