ପ୍ରେମିକର ଧମକ ; ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରିଦେବା ଆଳରେ  ନିର୍ଯାତନା  ।

ପ୍ରେମିକର ଧମକ ; ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରିଦେବା ଆଳରେ ଦେଉଛି ନିର୍ୟାତନା । ମହିଳା ଥାନାରେ ଗୁହାରି ପରେ ବି କେହି ଶୁଣୁ ନଥିବା ଅଭିଯୋଗ ।

thana

କନକ ବ୍ୟୁରୋ: ପ୍ରଥମେ ଯୁବତୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ କଲେ, ପରେ ଏହାକୁ ଭାଇରାଲ କରିଦେବାକୁ ଧଉଳ ଦେଲେ । ଏନେଇ ପୋଲିସର ସାହାଯ୍ୟ ମାଜିବାରୁ ପୋଲିସ ବି ନୀରବ । ଏଭଳି ଘଟଣା ଘଟିଛି ଭୁବନେଶ୍ୱରରେ । 

ଜଣେ ଯୁବତୀଙ୍କ ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ ଭାଇରାଲ କରିବା ଏବଂ ଜୀବନରୁ ମାରିଦେବାକୁ ଧମକ ଦେବା ଭଳି ଅଭିଯୋଗ ଆସିଛି । ୧୯ ବର୍ଷୀୟ ଏହି ଯୁବତୀ ଫେସବୁକରେ ପ୍ରେମ ପରେ ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କରେ ବାନ୍ଧି ହୋଇଥିଲେ । ବିବାହ ପ୍ରତିଶ୍ରୁତି ଓ ପ୍ରଲୋଭନ ଦେଖାଇ ଭୁବନେଶ୍ୱର ୬ନମ୍ବର ସ୍ଥିତ କ୍ୱାର୍ଟରକୁ ଡାକି ତାଙ୍କୁ ଦୁଷ୍କର୍ମ କରିଥିଲେ । କିନ୍ତୁ ବିଡମ୍ବନାର ବିଷୟ ହେଉଛି ଏନେଇ ଯୁବତୀ ଜଣକ ଯୁବତୀ ଜଣଙ୍କ ଭୁବନେଶ୍ୱର ମହିଳା ଥାନାର ଦ୍ୱାରସ୍ଥ ହୋଇଥିଲେ। ହେଲେ ମହିଳା ଥାନା ଅଭିଯୋଗଟିକୁ ଗ୍ରହଣ ନକରି ନୂଆ ରିପୋର୍ଟ ଲେଖିବା ପାଇଁ ବାଧ୍ୟ କରିଥିଲେ। ଏପରିକି ଭିଡିଓ ଭାଇରାଲ ରୋକିବା ପାଇଁ ପୋଲିସର  ସାହାଯ୍ୟ ଲୋଡିଥିବା ଯୁବତୀଙ୍କୁ ପୋଲିସ ଧମକ ଦେଇ ତାଙ୍କ ପରିବାରକୁ ଡକାଇବାକୁ କହିଥିଲେ। ଅସହାୟା ଯୁବତୀ ଏକ ଭିଡିଓ କରି ସୋସିଆଲ ମିଡିଆରେ ସେୟାର କରିଥିବା ଜଣାପଡିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe