କନକ ବ୍ୟୁରୋ : ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଉଭୟ ଏନଡିଏ ଓ ଇଣ୍ଡିଆ ମେଣ୍ଟର ବରିଷ୍ଠ ନେତାମାନଙ୍କ ଅସନ୍ତୋଷ ସାମ୍ନାକୁ ଆସୁଛି । ଏହି କ୍ରମରେ କେନ୍ଦ୍ର ଟେକ୍ସଟାଇଲ ମନ୍ତ୍ରୀ ଗିରିରାଜ ସିଂ ବିଜେପିକୁ କିଛି ପରାମର୍ଶ ଦେବା ଆଳରେ ସତର୍କ କରାଇଛନ୍ତି । ଏନଡିଏ ଆସନ ବୁଝାମଣାକୁ ନେଇ ବାରମ୍ବାର ବୈଠକ ଚାଲିଛି । ହେଲେ ବୈଠକରେ ଅନୁପସ୍ଥିତ ରହୁଛନ୍ତି ଗିରିରାଜ ସିଂ । ଏନେଇ ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି କି, ବୈଠକରେ ଯେଉଁମାନେ ଦେଖାଯିବା କଥା ସେମାନେ ଦେଖାଯାଉଛନ୍ତି ଆଉ ଯେଉଁମାନେ ଦେଖାନଯିବା କଥା ସେମାନେ ଦେଖାଦେଉନାହାନ୍ତି । ଏହାସହ ସେ କହିଛନ୍ତି କି, ବିଜେପି ନିଶ୍ଚିତ ରହିବା କଥା ନୁହେଁ, କାରଣ ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ନିଶ୍ଚିତ ରହି ଯେଉଁ କ୍ଷତି ହୋଇଛି ତାହା ମୁଁ ଦେଖିଛି ।
ଗିରିରାଜ କହିଛନ୍ତି ବିହାରରେ ଜାତୀୟ ସମୀକରଣ ଚାଲେ ନାହିଁ, ମୋଗଲ ଓ ଇଂଗ୍ରେଜମାନେ ହିନ୍ଦୁମାନଙ୍କୁ ଜାତି ଜାତି ଭିତରେ ବାଣ୍ଟିଦେଲେ, ନେହରୁ ବି ସମାନ କାମ କଲେ ଆଉ ଆଜିର ନେତାମାନେ ବି ସେହି କାମରେ ଲାଗିପଡ଼ିଛନ୍ତି । ଆଜିର ନେତାମାନେ ହିନ୍ଦୁଙ୍କୁ ଜାତି ଭିତରେ ବାଣ୍ଟିବାରେ ଲାଗିଛନ୍ତି ହେଲେ ସମୀକରଣ ବିପରିତ ନିର୍ଣ୍ଣୟ ନେଉଛି । ଏହାକୁ ନେଇ ସ୍ଥାନୀୟ ଲୋକମାନଙ୍କ ଭିତରେ ଅସନ୍ତୋଷ ବି ରହିଛି ।
ଆସନ ବୁଝାମଣା ଓ ପ୍ରାର୍ଥୀ ଚୟନକୁ ନେଇ ଗିରିରାଜ କହିଛନ୍ତି ଗତ ନିର୍ବାଚନରେ ଆମେ ଯେଉଁସବୁ ଆସନରେ ୫୦୦ ରୁ କମ ଭୋଟରେ ହାରିଥିଲୁ, ଏବେ ସେହି ଆସନକୁ ବିଜେପି ତା'ର ସହଯୋଗୀଦଳମାନଙ୍କୁ ଦେଇଦେଇଛି । ଏହାକୁ ନେଇ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଅସନ୍ତୋଷ ରହିଛି । ଆସନ ବୁଝାମଣାରେ ଯେଉଁ ନେତାମାନେ ବସିଛନ୍ତି ସେମାନେ ଯାହା ମଗଧରେ ହେବା କଥା ତାହା ମିଥିଲାଞ୍ଚଳରେ କରୁଛନ୍ତି । ସେ ଜୋର ଦେଇ କହିଛନ୍ତି କି, ଆଜି ଯେଉଁ ନେତାମାନେ ଷ୍ଟ୍ରାଇକ୍ ରେଟ୍ କଥା କହୁଛନ୍ତି ସେମାନେ ଜାଣିବା ଦରକାର ଯେ, ୨୦୧୦ରେ ଜୟଦେବ ଓ ବିଜେପିର ଷ୍ଟ୍ରାଇକ୍ ରେଟ ଦେଖିବା ଦରମାର, ଏବେ ସମ୍ଭାଳି ହେବାର ସମୟ ଅଛି, ଆମକୁ ସମ୍ଭାଳି ହେବା ଦରକାର । ନହେଲେ ଆମେ ନିଶ୍ଚିତ ରହିଲେ ସବୁଠାରୁ ବଡ଼ ଭୂଲ ହୋଇଯିବ ବୋଲି ଗିରିରାଜ ବିଜେପିକୁ ଚେତାବନୀ ଦେଇଛନ୍ତି