କନକ ବ୍ୟୁରୋ: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନ ଦୃଢ଼ ସ୍ଥିତିରେ ଟିମ ଇଣ୍ଡିଆ । ବର୍ମିଂହାମ ଟେଷ୍ଟର ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୫ ୱିକେଟ ହରାଇ ୩୧୦ ରନ କରିଛି । ଭାରତୀୟ କ୍ରିକେଟ ଦଳର ଅଧିନାୟକ ଶୁବମନ ଗିଲ ଶତକ ହାସଲ କରିଛନ୍ତି । ଶୁବମନ ଗିଲ ୧୧୪ ରନ ଓ ରବୀନ୍ଦ୍ର ଜାଡେଜା ୪୧ ରନ କରି ଅପରାଜିତ ଅଛନ୍ତି । ଭାରତ ପକ୍ଷରୁ ଷ୍ଟାର ବ୍ୟାଟର ଯଶସ୍ୱୀ ଜୟସ୍ୱାଲ ୮୭ ରନ ଅଳ୍ପକେ ଶତକରୁ ବଞ୍ଚିତ ହୋଇଛନ୍ତି । ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ନିରାଶ କରିଛନ୍ତି କେଏଲ ରାହୁଲ ଓ ନୀତିଶ କୁମାର ରେଡ୍ଡି । ରାହୁଲ ମାତ୍ର ୨ ରନ ଓ ନୀତିଶ କୁମାର ରେଡ୍ଡି ୧ ରନ କରି ପାଭିଲିୟନ ଫେରିଛନ୍ତି । ସେହିପରି କରୁଣ ନାୟର ୩୧ ରନ, ଋଷଭ ପନ୍ତ ୨୫ ରନ ସଂଗ୍ରହ କରି ପାଭିଲିୟନ ଫେରିଛନ୍ତି ।
ଏବେ ଗିଲ୍ ଓ ଜାଡେଜା ମୈଦାନରେ ଅଛନ୍ତି । ଏହି ଦୁଇ ଖେଳାଳିଙ୍କଠାରୁ ଭାରତ ଏକ ବଡ଼ ସ୍କୋର ଆଶା କରୁଛି । ତେଣୁ ଦ୍ବିତୀୟ ଦିନରେ ଦଳର ସ୍କୋର ୪୦୦ ପାର୍ କରିପାରେ କୁହାଯାଉଛି । ପ୍ରଥମ ଟେଷ୍ଟରେ ଗିଲଙ୍କ ବ୍ୟାଟରୁ ଶତକ ଦେଖିବାକୁ ମିଳିଥିଲା ବେଳେ ଦ୍ବିତୀୟ ଟେଷ୍ଟରେ ବି ଶତକ ଦେଖିବାକୁ ମିଳିଛି ।