କନକ ବ୍ୟୁରୋ :  ଚମକିଲେ ଗିଲ୍ । ଭାରତୀୟ ଟେଷ୍ଟ ଦଳର ଅଧିନାୟକ ଶୁବମନ ଗିଲଙ୍କୁ ଜୁଲାଇ ମାସ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ମାସର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଁ ମନୋନୀତ କରିଛି । ଗିଲ୍ ଏହି ପୁରସ୍କାର ପାଇଁ ଇଂଲଣ୍ଡ ଅଧିନାୟକ ବେନ୍ ଷ୍ଟୋକ୍ସ ଏବଂ ଦକ୍ଷିଣ ଆଫ୍ରିକାର ଷ୍ଟାର ଅଲରାଉଣ୍ଡର ୱାଇଆନ୍ ମୁଲଡରଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ନିକଟରେ ଶେଷ ହୋଇଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଗିଲ୍ ନେତୃତ୍ୱ ନେଇଥିଲେ ଏବଂ ବ୍ୟାଟିଂରେ ଅନେକ ରେକର୍ଡ ସ୍ଥାପନ କରିଥିଲେ। ଗିଲ୍ ସିରିଜରେ ୭୫.୪୦ ହାରରେ ୭୫୪ ରନ୍‌ କରିଥିଲେ ଏବଂ ଚାରିଟି ଶତକ ହାସଲ କରିଛନ୍ତି ।