କନକ ବ୍ୟୁରୋ: ନୂଆବର୍ଷରୁ ଆରମ୍ଭ ହେଉ ଉପହାର ଦେବାର ନୂଆ ପରମ୍ପରା । ପରିବେଶର ସୁରକ୍ଷା ପାଇଁ ଗଛଚାରା ଉପହାର ଦେବାକୁ ରାଜ୍ୟର ତିନି ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏହାଦ୍ୱାରା ପରିବେଶର ସୁରକ୍ଷା ହୋଇପାରିବ। ନୂଆବର୍ଷର ଶୁଭେଚ୍ଛା ଜଣାଇବା ବେଳେ ଉପହାରରେ ଫୁଲତୋଡ଼ା ନୁହେଁ, ବରଂ ଗଛଚାରା ଦେବାକୁ ୩ ମନ୍ତ୍ରୀ କହିଛନ୍ତି ।ଟ୍ଟ
ନୂଆବର୍ଷ ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ତେବେ ନୂଆବର୍ଷରେ ବନ୍ଧୁଙ୍କୁ କଣ ଉପହାର ଦେବେ । ଚିନ୍ତା କରନ୍ତୁନି । ଉପହାର ତାଲିକାରେ ଆପଣ ଗଛ ଚାରାକୁ ଯୋଡ଼ିପାରିବେ । ଫୁଲତୋଡ଼ା ବଦଳରେ ଗଛଚାରା ଉପହାର ଦିଅନ୍ତୁ । ରାଜ୍ୟର ୩ ମନ୍ତ୍ରୀ ଏନେଇ ଆହ୍ୱାନ ଦେଇଛନ୍ତି । ଗଛଚାରା ଉପହାର ଦେବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।ଟ୍ଟ
ଗତ ନିର୍ବାଚନ ସମୟରେ ନିର୍ବାଚନୀ ଇସ୍ତାହାରରେ ଜଳବାୟୁ ପରିବର୍ତ୍ତନକୁ ଗୁରୁତ୍ୱ ଦେବା ପାଇଁ ସବୁ ରାଜନୈତିକ ଦଳଙ୍କୁ ବକୁଳ ଫାଉଣ୍ଡେସନ ନିବେଦନ କରିଥିଲା । ପରିବେଶ ସୁରକ୍ଷା ପାଇଁ ପଦକ୍ଷେପ ନେବ ବୋଲି କହିଥିଲା ରାଜ୍ୟ ବିଜେପି । ପ୍ରତିଶ୍ରୁତି ଅନୁଯାୟୀ, ଏଦିଗରେ ରାଜ୍ୟ ସରକାର କାମ ଆରମ୍ଭ କରିଛନ୍ତି । ଚାରା ଉପହାର ଦେଲେ ତାହା ଲଗାଇ ପରିବେଶ ସୁରକ୍ଷା କରିହେବ ବୋଲି ମତ ପ୍ରକାଶ ପାଇଛି। ଟ୍ଟ
ସମ୍ୱାଦ ପରିବାର ପକ୍ଷରୁ ଚାଲିଥିବା ପୁନଶ୍ଚ ପୃଥିବୀ ଅଭିଯାନର ପ୍ରଭାବ ପଡୁଛି ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଛନ୍ତି । କ୍ଲାଇମେଟ୍ ପଞ୍ଚାୟତ ଲୋକଙ୍କ ଚିନ୍ତାଧାରା ବଦଳାଇଛି । ସଭିଏଁ ଏଦିଗରେ କାମ କଲେ ପରିବେଶର ସୁରକ୍ଷା ହୋଇପାରିବ।