କନକ ବ୍ୟୁରୋ: ୟୁନିଭର୍ସିଟି କ୍ୟାମ୍ପସରେ ବିଶାଳ ବଉଳା କୁମ୍ଭୀର । ଗୁଜୁରାଟରେ ଏବେ ଭୀଷଣ ବନ୍ୟା ପରିସ୍ଥିତି ଥିବାବେଳେ ରାସ୍ତାଘାଟ ଓ ସହର ସବୁ ବନ୍ୟା ପାଣିରେ ବୁଡିଛି । ଏଭଳି ସ୍ଥିିତିରେ ଜଳଚର ପ୍ରାଣୀ ଲୋକବସତି ଭିତରକୁ ପଶିଆସୁଥିବା ଲକ୍ଷ୍ୟ କରାଯାଉଛି । ଗୁଜୁରାଟର ମହାରାଜା ସୟାବଜୀରାଓ ବିଶ୍ୱବିଦ୍ୟାଳୟକୁ ପଶିଆସିଛି ବିଶାଳ କୁମ୍ଭୀର । ଖବର ପାଇ ବନ ବିଭାଗ ତୁରନ୍ତ ସେଠାରେ ପହଞ୍ଚିଥିଲାଏବଂ ଏହି କୁମ୍ଭୀରକୁ କାବୁ କରିବାକୁ ନାକେଦମ୍ ହୋଇଥିଲା ।
କଲେଜ କ୍ୟାମ୍ପସରେ ପଶିଆସିଲା କୁମ୍ଭୀର#କଲେଜ_କ୍ୟାମ୍ପସରେ_ପଶିଆସିଲା_କୁମ୍ଭୀର ବାପରେ କେତେ ବଡ଼ କୁମ୍ଭୀର .. ବନ୍ୟା ପାଣିରେ ଭାସି ଆସିଲା , କଲେଜ କ୍ୟାମ୍ପସରେ ପଶିଲା କୁମ୍ଭୀର । କୁମ୍ଭୀରକୁ କାବୁ କଲେ ଲୋକେ #KanakNews #Crocodile #gujarat
Posted by Kanak News on Thursday, August 29, 2024
ପ୍ରଥମେ କୁମ୍ଭୀରକୁ ଦଉଡିରେ ବାନ୍ଧାଯାଇଥିଲା । ଏହାକୁ ଏକ କପଡାରେ ଗୁଡାଇ ତା ଉପରେ ୮ଜଣ ଯୁବକ ବସିଥିଲେ । ଏହାପରେ କୁମ୍ଭୀରକୁ ଯନ୍ତାରେ ଅଣାଯାଇଥିଲା ।
ଗୁଜୁରାଟରେ ଏବେ ଭୀଷଣ ବର୍ଷା ଯୋଗୁଁ ବନ୍ୟା ହୋଇଛି । ରାଜ୍ୟର ୧୧ଟି ଜିଲ୍ଲାରେ ରେଡ ଆଲର୍ଟ ଜାରୀ କରାଯାଇଛି । ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରାଯାଉଛି । ଏଭଳି ସ୍ଥିିତିରେ ବନ୍ୟାରେ କୁମ୍ଭୀର ଉଠିଆସିବା ଲୋକଙ୍କୁ ଭୟଭୀତ କରିଛି ।