କନକ ବ୍ୟୁରୋ :  ଆଉ ଦିନ କେଇଟା ପରେ ନୂଆଁଖାଇ। ଚଳଚଞ୍ଚଳ ହୋଇଉଠିଛି ପୂରା ପଶ୍ଚିମ ଓଡ଼ିଶା । ପଶ୍ଚିମ ଓଡିଶାର ମହାନ କୃଷିଭିତ୍ତିକ ଗଣପର୍ବ ନୁଆଁଖାଇ । ସେଥିପାଇଁ ଚଳଚଞ୍ଚଳ ଗାଁଠୁ ସହର। ପରିବାରର ସମସ୍ତେ ଏକାଠି ହୋଇ ସବୁ ରାଗରୁଷା ଭୁଲି ମିଳିମିଶି ନୂଆ ଖାଇବେ । ନୂଆଁଖାଇ ଲଗ୍ନ ଧାର୍ଯ୍ୟ ପରେ ନବାନ୍ନ ଭକ୍ଷଣ ପାଇଁ ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ ପ୍ରସ୍ତୁତ ଚଳାଇଛନ୍ତି ସମସ୍ତେ । ହଜି ଯାଉଥିବା ଲୋକ କଳା ଓ ଲୋକ ସଂସ୍କୃତିକୁ ଉଜ୍ଜିବିତ କରିବା ପାଇଁ ଘୁଡୁକା ନାଚ ମାଧ୍ୟମରେ ନୂଆଁଖାଇ ପାଇଁ ପ୍ରସ୍ତୁତ ହେଉଛନ୍ତି କୁଚିଣ୍ଡାର କଳାକାର । ଷ୍ଚୁଡିଓରେ ଜୋରସୋରରେ ଚାଲିଛି ଅଭ୍ୟାସ । ଘୁଡୁକା ନାଚ ନାଚି ଗାଇ ନିଜର କଳା ପରିବେଷଣ କରିବାକୁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ କଳାକାର ।