କନକ ବ୍ୟୁରୋ: ଅଗଷ୍ଟ ମାସରୁ ଆରମ୍ଭ ହୋଇସାରିଛି ରାସନ କାର୍ଡ ଅନିୟମିତତା ନେଇ ଯାଂଚ । ଅଗଷ୍ଟ ୨୨ରୁ ଇ-କେୱାଇସି ପ୍ରକ୍ରିୟା ଆରମ୍ଭ କରିଛନ୍ତି ନୂଆ ସରକାର । ବିଧାନସଭାରେ ଦିଆଯାଇଥିବା ତଥ୍ୟ ଅନୁସାରେ୧୬ ଲକ୍ଷ ୨୭ ହଜାର ୯୨୦ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦିଆଯାଇଛି । ମାତ୍ର ମିଳିଥିବା ସୂଚନା ଅନୁସାରେ ଏହି ସଂଖ୍ୟା ପ୍ରାୟ ୨୦ ଲକ୍ଷରେ ପଂହଚିଲାଣି । ଡିସେମ୍ୱର ଯାଏଁ ଇ-କେୱାଇସି ପ୍ରକ୍ରିୟା ଚାଲିବ । ପ୍ରବାସୀ ଓଡିଆ ବି ରାଜ୍ୟ ବାହାରେ  ଇ-କେୱାଇସି ଭରିପାରିବେ ।

ନୂଆ ସରକାର ଆସୁ ଆସୁ ଅନିୟମିତତା ବା ହେରଫେର ନେଇ କଡା ଆଭିମୁଖ୍ୟ ଦେଖାଉଛନ୍ତି।  ବିଶେଷକରି ରାସନକାର୍ଡରେ ବ୍ୟାପକ ଅନିୟମିତତା ନେଇ ମନ୍ତ୍ରୀ କହିଥିଲେ। ଅନେକ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେବାକୁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ରାସନକାର୍ଡରେ କିଏ ଯୋଗ୍ୟ ଓ କିଏ ଅଯୋଗ୍ୟ ସେ ନେଇ ରାଜନୈତିକ ବୟାନବାଜି ତେଜିଛି  ।

ସେପଟେ ନୂଆ ହିତାଧିକାରୀଙ୍କ ଆବଦେନ ସଂଖ୍ୟା ୧୦ ଲକ୍ଷ ଅତିକ୍ରମ କଲାଣି। ଅକ୍ଟୋବରରେ ନୂଆ ହିତାଧିକାରୀଙ୍କୁ ସାମିଲ କରିବେ ସରକାର। ବର୍ତ୍ତମାନ ରାଜ୍ୟରେ ୩ କୋଟି ୨୬ ଲକ୍ଷ ୩୩ ହଜାର ହିତାଧିକାରୀ ଅଛନ୍ତି। ଆଉ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୧୦ ଲକ୍ଷ ୩ ହଜାର ୭୧୯ ହିତାଧିକାରୀ ଅଛନ୍ତି ।