ଦେଶରେ ବଢ଼ୁଥିବା ବାୟୁ ପ୍ରଦୂଷଣ ସଙ୍କଟ ଭିତରେ ସେଣ୍ଟର ଫର୍ ରିସର୍ଚ୍ଚ ଅନ୍ ଏନର୍ଜି ଆଣ୍ଡ କ୍ଲିନ୍ ଏୟାର (ସିଆରଇଏ)ର ଏକ ରିପୋର୍ଟ ଆସିଛି। ସବୁଠୁ ପ୍ରଦୂଷିତ ସହର ତାଲିକାରେ ପ୍ରଥମ ସ୍ଥାନରେ ଗାଜିଆବାଦ ରହିଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ରିପୋର୍ଟ ଅନୁଯାୟୀ, ନିରୀକ୍ଷଣ କରାଯାଇଥିବା ଦେଶର ପ୍ରାୟ ଅଧା ସହରରେ ପିଏମ୍୨.୫(ପାର୍ଟିକ୍ୟୁଲେଟ୍ ମ୍ୟାଟର୍) ସ୍ତର ଜାତୀୟ ସୁରକ୍ଷା ମାନଦଣ୍ଡଠାରୁ ଅଧିକ ରେକର୍ଡ କରାଯାଇଥିଲା।
ସିଆରଇଏ ରିପୋର୍ଟ ଅନୁଯାୟୀ, ଜାନୁଆରୀରେ ଗାଜିଆବାଦ ଦେଶର ସବୁଠାରୁ ପ୍ରଦୂଷିତ ସହର ଥିଲା, ଯେଉଁଠାରେ ପିଏମ୍୨.୫ ସ୍ତର ପ୍ରତି ଘନ ମିଟରରେ ୧୮୪ ମାଇକ୍ରୋଗ୍ରାମ ରେକର୍ଡ କରାଯାଇଥିଲା, ଯାହା ମାନଦଣ୍ଡଠାରୁ ତିନି ଗୁଣ ଅଧିକ ଥିଲା। ଗାଜିଆବାଦ ପରେ, ଦିଲ୍ଲୀ, ନୋଏଡା, ଗୁରୁଗ୍ରାମ ଓ ଗ୍ରେଟର ନୋଏଡା ଦେଶର ସବୁଠାରୁ ପ୍ରଦୂଷିତ ସହର ଥିଲା। ଦିଲ୍ଲୀରେ, ଜାନୁଆରୀ ମାସରେ ୨୭ ଦିନ ପାଇଁ ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ ଥିବା ରେକର୍ଡ କରାଯାଇଥିଲା। ତେବେ ପ୍ରଦୂଷଣ ଦୃଷ୍ଟିରୁ ଶ୍ରେଷ୍ଠ ୧୦ଟି ସହର ତାଲିକାରେ ଗାଜିଆବାଦ, ଦିଲ୍ଲୀ, ନୋଏଡା, ଗୁରୁଗ୍ରାମ, ଗ୍ରେଟର ନୋଏଡା, ଧାରୁହେରା, ସିଙ୍ଗରୌଲି, ଭିୱାଡି, ନରନୌଲ, ଗାଙ୍ଗଟକ୍ ରହିଛି।
ଆଗକୁ ପଢ଼ନ୍ତୁ : ଗୁମୁରି କାନ୍ଦୁଛି ଗଙ୍ଗା : ତା’ ଗର୍ଭକୁ ଯାଉଛି ବିଷ ଆଉ କେବେ ଚେତିବ ମଣିଷ ?
ସେପଟେ ପ୍ରଦୂଷଣ ନିୟମକୁ ଠିକରେ ପାଳନ କରୁଥିବା ସହରମାନଙ୍କ ମଧ୍ୟରେ ଶୀର୍ଷରେ ରହିଛି ରାଜସ୍ଥାନ, କିନ୍ତୁ ଏହି ନିୟମ ୩୪ଟି ସହରରୁ ୨୩ଟି ସହରରେ ପାଳନ ହେଉନାହିଁ। ସେହି ତାଲିକାରେ ହରିଆଣା, ବିହାର, ଓଡ଼ିଶା ଓ ଉତ୍ତରପ୍ରଦେଶ ଆଗରେ ଅଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/07/gaziabad-2026-02-07-16-29-11.jpg)