କନକ ବ୍ୟୁରୋ: ଦର୍ଶକଙ୍କ ମନ ଜିତୁଛି ସିନେମା ଘାଟି । ହିନ୍ଦୀ, ତେଲଗୁ ଓ ତାମିଲ ଭାଷାରେ ରିଲିଜ ସିନେମା ସବୁ ବର୍ଗର ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି । ମୁଖ୍ୟ ଭୂମିକାରେ ବାହୁବଳୀ ଫେମ ଅନୁଷ୍କା ସେଟୀଙ୍କୁ ଦେଖିବାକୁ ମିଳିଛି । ତେବେ ଦୁଇବର୍ଷ ପରେ କମବ୍ୟାକ ସହ ଆକ୍ସନ ରୋଲରେ ଅଭିନୟ ଧ୍ୟାନ ଆକର୍ଷଣ କରୁଛି । ଏଇଠି କହି ରଖୁଛୁ ସିନେମାର କିଛି ଭାଗର ସୁଟିଂ ଓଡ଼ିଶାରେ କରାଯାଇଥିଲା । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଲମତାପୁର, ମାଛକୁଣ୍ଡ, ଅନ୍ନାକଡେଲିରେ କରାଯାଇଛି । କ୍ଲାଇମାକ୍ସ ଭାଗର ସୁଟିଂ ପାଇଁ ଅନୁଷ୍କା କୋରାପୁଟରେ ମଧ୍ୟ ପହଞ୍ଚିଥିଲେ । ତେବେ ଦୁଇ ଜଣ ଓଡିଆ କଳାକଳା ଡକ୍ଟର ଦେବୀକା ପ୍ରିୟଦର୍ଶନୀ ଓ ଅଭି ନାଗଙ୍କୁ ମଧ୍ୟ ଏହି ସିନେମାରେ ଦର୍ଶକ ଦେଖିଛନ୍ତି ।
ତେଲୁଗୁ ସିନେମାରେ କୋରାପୁଟର ଝଲକ: ନିକଟରେ ରିଲିଜ ସିନେମାରେ ଘାଟିରେ ସ୍ଥାନ ପାଇଛି ଓଡ଼ିଶାର ଆର୍କଷଣୀୟ ସ୍ଥାନ
ମୁଖ୍ୟ ଭୂମିକାରେ ବାହୁବଳୀ ଫେମ ଅନୁଷ୍କା ସେଟୀଙ୍କୁ ଦେଖିବାକୁ ମିଳିଛି । ତେବେ ଦୁଇବର୍ଷ ପରେ କମବ୍ୟାକ ସହ ଆକ୍ସନ ରୋଲରେ ଅଭିନୟ ଧ୍ୟାନ ଆକର୍ଷଣ କରୁଛି । ଏଇଠି କହି ରଖୁଛୁ ସିନେମାର କିଛି ଭାଗର ସୁଟିଂ ଓଡ଼ିଶାରେ କରାଯାଇଥିଲା ।
/kanak/media/media_files/2025/09/07/64-2025-09-07-14-56-35.jpg)