କନକ ବ୍ୟୁରୋ: ନୂଆପଡ଼ା ଉପନିର୍ବାଚନ ପାଇଁ ଆଗୁଆ ପ୍ରାର୍ଥୀ ଘୋଷଣା କରିଛି  କଂଗ୍ରେସ ।  ଘାସିରାମ ମାଝୀ ଦଳର  ପ୍ରାର୍ଥୀ ହେବେ । ଏ ନେଇ ଏଆଇସିସି ପ୍ରାର୍ଥୀ ଘୋଷଣା କରିଛି ।  ଏବେ  ବିଜେପି ଓ ବିଜେଡିର ପ୍ରାର୍ଥୀ ଘୋଷଣାକୁ ଅପେକ୍ଷା କରାଯାଇଛି । ନୂଆପଡାରେ ନଭେମ୍ୱର ୧୧ ତାରିଖରେ ନିର୍ବାଚନ ହେବ  । ଫଳାଫଳ ୧୪ ତାରିଖରେ ଘୋଷଣା ହେବ । ଏହାର୪୦ ଦିନ ପୂର୍ବରୁ  କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି ।

Advertisment

ଘାସିରାମ ମାଝୀଙ୍କୁ  ୨୦୨୪ ନିର୍ବାଚନରେ କଂଗ୍ରେସରୁ ଟିକେଟ ନମିଳିବାରୁ  ସ୍ବାଧୀନ ଭାବେ ନିର୍ବାଚନ ଲଢ଼ିଥିଲେ , କିନ୍ତୁ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆଙ୍କଠାରୁ ହାରିଯାଇଥିଲେ । ସେ ୫୦ହଜାରରୁ ଅଧିକ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ଥିଲେ  । ଏବେ କିଛି ଦିନ ପୂର୍ବରୁ ସେ କଂଗ୍ରେସରେ ସାମିଲ ହୋଇଥିଲେ । ଏହାପରେ କଂଗ୍ରେସ ତାଙ୍କୁ ପ୍ରାର୍ଥୀ ଘୋଷଣା କରିଛି ।