CONGRESS Photograph: (KANAK NEWS)
କନକ ବ୍ୟୁରୋ:ନୂଆପଡ଼ା ଉପ-ନିର୍ବାଚନ ଫଳାଫଳ କଂଗ୍ରେସ ପାଇଁ ଯେତିକି ଆଶ୍ଚର୍ଯ୍ୟଜନକ, ମୁଖିଆ ଭକ୍ତଙ୍କ ପାଇଁ ସେତିକି ଉତ୍ସାହଜନକ । ନୂଆପଡ଼ା ପରାଜୟର ମାନସମନ୍ଥନ କରି ଅନେକ କାରଣ ସାମ୍ନାକୁ ଆଣିଛନ୍ତି ଉଭୟ ଘାସିରାମ ଓ ଭକ୍ତ । ହେଲେ ପରାଜୟ ଭିତରେ ବି କଂଗ୍ରେସର ଉଜ୍ଜ୍ବଳ ଭବିଷ୍ୟତ ଦେଖିଛନ୍ତି ପିସିସି ସଭାପତି । ଘାସିରାମଙ୍କ ନଜରରେ ପରାଜୟର ଅନେକ କାରଣ ଭିତରୁ ଏ ଅନ୍ୟତମ । ବିଜେପିର ଟଙ୍କା ଆଗରେ କାମ କଲାନି କଂଗ୍ରେସର ରଣନୀତି । ଇଭିଏମ ଟାମ୍ପରି, ଭୋଟଚୋରି ହିଁ ଘାସିରାମଙ୍କ ହାତରୁ ନୂଆପଡ଼ା ଆସନ ଛଡାଇନେଲା । ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଭକ୍ତ ଏଭଳି ଅଭିଯୋଗରେ ସହମତ । ହେଲେ ଘାସିରାମଙ୍କ ପରାଜୟ ଦଳୀୟ କର୍ମୀଙ୍କୁ ନିରାଶ କରିଛି କରିଥିବା ବେଳେ କଂଗ୍ରେସର ପ୍ରଦର୍ଶନକୁ ନେଇ ପିସିସି ସଭାପତି ଭାରି ଖୁସି । ନୂଆପଡ଼ାବାସୀ କଂଗ୍ରେସକୁ ଦ୍ବିତୀୟ ସ୍ଥାନ ଦେଇଥିବାରୁ ଏଥର ଲଢେଇ ସିଧାସଳଖ ଶାସକ ଦଳ ସହ ବୋଲି କହିଛନ୍ତି ଭକ୍ତ । ଅନ୍ୟପଟେ ନିରଞ୍ଜନ ପଟ୍ଟନାୟକ କହିଛନ୍ତି, କଂଗ୍ରେସର ଯୋଦ୍ଧା ଭଲ ଥିଲେ ହେଲେ ଦଳ ପାଖରେ ଆବଶ୍ୟକୀୟ ଅସ୍ତ୍ର ନଥିଲା ।
ଅଧିକ ପଢ଼ନ୍ତୁ--ବିଜେଡି ହାରିଲା ନୂଆପଡ଼ା ବାଜି; ଶ୍ରୀମୟୀଙ୍କ ସହ ସ୍ବର ମିଳାଇ କଟାକ୍ଷ କଲେ ଏଲିନା
କଂଗ୍ରେସ ମୁଖିଆଙ୍କ ଅଭିଯୋଗ ଭିତରେ,ନୂଆପଡାରେ ଘାସିରାମଙ୍କ ପରାଜୟର ସବୁଠୁ ବଡ କାରଣ ଭିତରୁ ଆଦିବାସୀ ଭୋଟବ୍ୟାଙ୍କ ବିଭାଜନ ଅନ୍ୟତମ । ୨୦୨୪ ବିଧାନସଭା ନିର୍ବାଚନରେ ଆଦିବାସୀ ଭୋଟ୍ ହିଁ ଘାସିରାମଙ୍କୁ ଦ୍ବିତୀୟ ସ୍ଥାନ ଦେଇଥିଲା । ୨୦୨୫ରେ ଘାସିରାମ ଦ୍ବିତୀୟ ସ୍ଥାନରେ ଥିଲେ ମଧ୍ୟ ନିଜ ଆଦିବାସୀ ଭୋଟ୍ବ୍ୟାଙ୍କକୁ ସୁରକ୍ଷିତ ରଖିପାରିନାହାନ୍ତି । ଅନ୍ୟପଟେ ପ୍ରଚାର ମୈଦାନରେ କଂଗ୍ରେସର ଦୁର୍ବଳ ରଣନୀତି ଘାସିରାମଙ୍କୁ ବ୍ୟାକଫୁଟକୁ ଠେଲିଥିଲା । ଓଡ଼ିଶାରେ କଂଗ୍ରେସକୁ ଆଗକୁ ନେବାକୁ ଭକ୍ତ ରଣନୀତି ବଦଳାନ୍ତୁ ବୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକ । ନୂଆପଡ଼ା ଫଳାଫଳ କଂଗ୍ରେସ ପାଇଁ ନୂଆ ଆଶା ଉଜ୍ଜୀବିତ କରିଛି । ହେଲେ ଓଡ଼ିଶାରେ ବିଜେପିର ବିକଳ୍ପ କଂଗ୍ରେସ ଏ ଧାରଣା ସୃଷ୍ଟି କରିବା ଭକ୍ତଙ୍କ ପାଇଁ ସବୁଠୁ ବଡ଼ ଆହ୍ବାନ ।
Follow Us