ଚୈତ୍ର ତୃତୀୟ ମଙ୍ଗଳବାର: ମାଆଙ୍କ ଆଜ୍ଞା କଳସୀ ମୁଣ୍ଡାଇ ନୃତ୍ୟ ପରିବେଷଣ କରନ୍ତି ଘଣ୍ଟପାଟୁଆ

Advertisment

କାକଟପୁର ମା' ମଙ୍ଗଳାଙ୍କ ଅନେକ ପର୍ବ ପର୍ବାଣି ରହିଥିବା ବେଳେ ସେଥି ମଧ୍ୟରୁ ଚୈତ୍ର ମାଷର ଝାମୁଜାତ୍ରା ହେଉଛି ମା ମଙ୍ଗଳାଙ୍କ ପ୍ରସିଦ୍ଧ ପର୍ବ। ଚୈତ୍ର ମାଷର ଝାମୁଯାତ୍ରା ସମୟରେ ମା ମଙ୍ଗଳାଙ୍କ ଘଣ୍ଟପାଟୁଆ ନୃତ୍ୟ ହେଉଛି ଏକ ଅନନ୍ୟ ପରମ୍ପରା ।

କାକଟପୁର ମା' ମଙ୍ଗଳାଙ୍କ ଅନେକ ପର୍ବ ପର୍ବାଣି ରହିଥିବା ବେଳେ ସେଥି ମଧ୍ୟରୁ ଚୈତ୍ର ମାଷର ଝାମୁଜାତ୍ରା ହେଉଛି ମା ମଙ୍ଗଳାଙ୍କ ପ୍ରସିଦ୍ଧ ପର୍ବ। ଚୈତ୍ର ମାଷର ଝାମୁଯାତ୍ରା ସମୟରେ ମା ମଙ୍ଗଳାଙ୍କ ଘଣ୍ଟପାଟୁଆ ନୃତ୍ୟ ହେଉଛି ଏକ ଅନନ୍ୟ ପରମ୍ପରା ।

dwdw

Photograph: (kanak news)

କନକ ବ୍ୟୁରୋ: କାକଟପୁର ମା' ମଙ୍ଗଳାଙ୍କ ଅନେକ ପର୍ବ ପର୍ବାଣି ରହିଥିବା ବେଳେ ସେଥି ମଧ୍ୟରୁ ଚୈତ୍ର ମାଷର ଝାମୁଜାତ୍ରା ହେଉଛି ମା ମଙ୍ଗଳାଙ୍କ ପ୍ରସିଦ୍ଧ ପର୍ବ। ଚୈତ୍ର ମାଷର ଝାମୁଯାତ୍ରା ସମୟରେ ମା ମଙ୍ଗଳାଙ୍କ ଘଣ୍ଟପାଟୁଆ ନୃତ୍ୟ ହେଉଛି ଏକ ଅନନ୍ୟ ପରମ୍ପରା । ଚୈତ୍ର ମାଷର ପ୍ରଥମ ମଙ୍ଗଳବାର ପାଳିଯାତ୍ରାଠାରୁ ବୈଶାଖ ମାସର ପ୍ରଥମ ମଙ୍ଗଳବାର ଝାମୁଯାତ୍ରା ପର୍ଯ୍ୟନ୍ତ ଘଣ୍ଟପାଟୁଆ ସେବକ ମାନଙ୍କର ରହିଥାଏ ସ୍ବତନ୍ତ୍ର ସେବା। ଆଜି ଦ୍ୱିତୀୟ ପାଳିଯାତ୍ରାରେ ମା' ମହାଲକ୍ଷ୍ମୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ।

ମା'ମଙ୍ଗଳା ମନ୍ଦିରରେ ଭକ୍ତିମୟ ପରିବେଶ। ରାଜ୍ୟର ବିଭିନ୍ନ ପ୍ରମୁଖ ଶକ୍ତିପୀଠ ମଧ୍ୟରୁ ଅନ୍ୟତମ ଶକ୍ତିପୀଠ ପୁରୀ ଜିଲ୍ଲା କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ଶକ୍ତିପୀଠ। ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ଏହି ଶକ୍ତିପୀଠ । ମା' ମଙ୍ଗଳାଙ୍କ ପ୍ରସିଦ୍ଧ ପର୍ବ ଚୈତ୍ର ଝାମୁଯାତ୍ରା। ଆଉ ଏହି ଯାତ୍ରା ଅନନ୍ୟ ପରମ୍ପରା ଘଣ୍ଟପାଟୁଆଙ୍କ ନୃତ୍ୟ। ଡ଼ହଡ଼ହ ଖରାରେ ମାଆ ମଙ୍ଗଳା ମନ୍ଦିର ବେଢା ପରିସରେ ଦେଖିବାକୁ ମିଳିଥାଏ ଘଣ୍ଟପାଟୁଆ ସେବକଙ୍କ ସେବା। 

ଘଣ୍ଟପାଟୁଆ ସେବକମାନେ ଚୈତ୍ରମାଷର ପ୍ରତି ମଙ୍ଗଳବାର ଦିନ ମଙ୍ଗଳା ମନ୍ଦିର ଭିତରେ ପ୍ରବେଶ କରିଥାନ୍ତି। ମନ୍ଦିରର ନାଟ ମଣ୍ଡପ ଠାରେ ରହିଥିବା ଦୂର୍ଗା ମଣ୍ଡପ ଠାରେ ନିଜକୁ ପାଟୁଆ ବେଶରେ ନାରୀ ରୂପରେ ସଜେଇ ହୁଅନ୍ତି। ଦିନ ଗୋଟାଏ ସମୟରେ ହାତରେ ଘଟକଳସୀ ଧରି ମନ୍ଦିର ଗର୍ଭଗୃହକୁ ପ୍ରବେଶ କରିଥାନ୍ତି । ମା' ମଙ୍ଗଳାଙ୍କ ଠାରୁ ଆଜ୍ଞାମାଳ ନେଇ ପ୍ରାଚୀ ନଦୀର ଘଟତୋଳା ତୁଠକୁ ଯାଇଥାନ୍ତି। ସେଠାରେ ଘଟ ସ୍ଥାପନ କରି ପୂଜାର୍ଚ୍ଚନା କରିଥାନ୍ତି। ଘଟପୂଜା ସାରିବା ପରେ ଏକ ସ୍ବତନ୍ତ୍ର ପଟୁଆରରେ ଘଣ୍ଟ, ଘଣ୍ଟା ଢୋଲ ,ମହୁରିର ତାଳେ ତାଳେ ନୃତ୍ୟ କରି କରି ମନ୍ଦିରକୁ ଆସିଥାନ୍ତି ।

ଚୈତ୍ରମାସ ସାରା ଓଡ଼ିଶାର ବିଭିନ୍ନ ଗାଁରେ ପହଞ୍ଚି ନୃତ୍ୟ ପରିବେଶଣ କରିଥାନ୍ତି ଘଣ୍ଟପାଟୁଆ।  ଏହି ଘଣ୍ଟପାଟୁଆ ସେବକମାନେ ମାଆ ମଙ୍ଗଳାଙ୍କ କାଳେଶୀ ଭାବରେ ବେଶ ପରିଚିତ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe