କନକ ବ୍ୟୁରୋ: ଦିନକୁ ଦିନ ବଢ଼ିବାରେ ଲାଗିଛି ଦରଦାମ । ଏଭଳି ସ୍ଥିତିରେ ନିବେଶ କରିବା ନିତାନ୍ତ ଜରୁରୀ । ବର୍ତ୍ତମାନ ସମୟକୁ ଦେଖିଲେ ନିବେଶ କରିବା ଆଉ କାଠିକର ପାଠ ହୋଇନାହିଁ । ମିଚ୍ୟୁଆଲ ଫଣ୍ଡ୍‌, ସେୟାରମାର୍କେଟ୍‌ ଛଡ଼ା ଏବେବି ଅଧିକାଂଶ ଲୋକ ଏଲ୍‌ଆଇସି ଉପରେ ବି ଭରସା କରୁଛନ୍ତି । ସରକାରୀ ସଂସ୍ଥା ହୋଇଥିବାରୁ ଏଥିରେ ରିଟର୍ଣ୍ଣ ଗ୍ୟାରେଣ୍ଟି ରହିଥାଏ । ଏଣୁ ଏଲ୍ଆଇସି ମଧ୍ୟ ସମୟ ସମୟରେ ଗ୍ରାହକଙ୍କ ପାଇଁ ନୂଆ ନୂଆ ସ୍କିମ୍‌ ଲଞ୍ଚ୍‌ କରିଆସୁଛି । ଆଜି ଆମେ ଆପଣଙ୍କୁ ଏଭଳି ହିଁ ଏକ ପ୍ଲାନ୍‌ ବିଷୟରେ କହିବାକୁ ଯାଉଛୁ । ଏହି ପ୍ଲାନ୍‌ର ନା ହେଉଛି, ଏଲ୍‌ଆଇସି ସ୍ମାର୍ଟ ପେନ୍‌ସନ୍‌ ପ୍ଲାନ୍‌ । ଏହି ଯୋଜନାରେ ନିବେଶ କରି ମାସିକ ୧୨ ହଜାର ଟଙ୍କା ପାଇପାରିବେ ଆପଣ । କେମିତି ଟଙ୍କା ପାଇ ପାରିବେ ଜାଣିଛନ୍ତି କି ?  

Advertisment

ଏବେ ଅଧିକାଂଶ ଲୋକ ରିଟାର୍ୟମେଣ୍ଟ୍‌ ପ୍ଲାନିଂ କରିବାରେ ଲାଗିଛନ୍ତି । ଯାହାଦ୍ୱାରା ଚାକିରିରୁ ଅବସର ପରେ ବା କାର୍ଯ୍ୟରୁ ଅବସର ପରେ ଜଣେ ବ୍ୟକ୍ତି ଘରେ ବସି ନିଶ୍ଚିତ ରୋଜଗାର ପାଇପାରିବେ । ଯାହାଦ୍ୱାରା ଆଉ କାହା ଉପରେ ଭରସା କରିବାକୁ ପଡ଼ିବ ନାହିଁ । ଏଥିପାଇଁ ଏଲ୍‌ଆଇସିର ସ୍ମାର୍ଟ ପେନ୍‌ସନ୍‌ ପ୍ଲାନ୍‌ ବିଷୟରେ ଚିନ୍ତା କରିପାରିବେ ଆପଣ । ଯଦି ଆପଣ ବି ୧୨ ହଜାର ଟଙ୍କାର ପେନ୍‌ସନ୍‌ର ଫାଇଦା ଉଠାଇବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ଅତି କମ୍‌ରେ ୧ ଲକ୍ଷ ଟଙ୍କା ନିବେଶ କରିବାକୁ ହେବ । ବଡ଼ କଥା ହେଉଛି ଏହି ଯୋଜନାରେ ଜଏଣ୍ଟ୍‌ ଆକାଉଣ୍ଟ ଖୋଲି ପାରିବେ । ଏଭଳି ସ୍ଥିତିରେ ନିବେଶକାରୀଙ୍କ ମୃତ୍ୟୁ ହେଲେ ଜଏଣ୍ଟ ଆକାଉଣ୍ଟରେ ଥିବା ଅନ୍ୟ ଜଣେ ବ୍ୟକ୍ତି ନିବେଶ ଟଙ୍କା ପାଇ ପାରିବେ । 

ଏହି ଯୋଜନାର ଲାଭ ଉଠାଇବାକୁ ହେଲେ ଲୋକେ ଅନ୍‌ଲାଇନ୍‌ କିମ୍ବା ଅଫ୍‌ଲାଇନ୍‌ରେ ଆବେଦନ କରି ପାରିବେ । ଅନ୍‌ଲାଇନ୍‌ରେ ଆବେଦନ କରିବାକୁ ହେଲେ ଏଲ୍‌ଆଇସିର ଅଫିସିଆଲ ୱେବ୍‌ସାଇଟ୍‌ ଭିଜିଟ୍‌ କରିପାରିବେ । କିମ୍ବା କୌଣସି ଏଲ୍‌ଆଇସି ଏଜେଣ୍ଟଙ୍କ ମାଧ୍ୟମରେ ବି ଆପଣ ଏହି ପ୍ଲାନ୍ ବିଷୟରେ ଅଧିକ ସୂଚନା ପାଇ ପାରିବେ । ଏଥିପାଇଁ ହିତାଧିକାରୀଙ୍କ ବୟସ ୧୮ ବର୍ଷରୁ ଅଧିକ ଏବଂ ୬୦ ବର୍ଷରୁ କମ ହୋଇଥିବା ଆବଶ୍ୟକ । ଏହାଛଡ଼ା ଅତିକମରେ ଏହି ଯୋଜନାରେ ୧ ଲକ୍ଷ ଟଙ୍କା ବିନିଯୋଗ କରିବାକୁ ହେବ । ନନ୍‌ ମାର୍କେଟ୍‌ ଲିଙ୍କ୍‌ଡ୍‌ ସ୍କିମ୍‌ ହୋଇଥିବାରୁ ଏଥିରେ ରିଟର୍ଣ୍ଣ ଗ୍ୟାରେଣ୍ଟି ଥାଏ । ଏଥିପାଇଁ ଲୋକ ବାର୍ଷିକ, ଅର୍ଦ୍ଧବାର୍ଷିକ, ତ୍ରୈମାସିକ ଓ ମାସିକ ପ୍ରିମିୟମ ଦେଇ ପାରିବେ । ୬୦ ବର୍ଷ ପରେ ପ୍ରତି ମାସରେ ଏଲ୍‌ଆଇସି ଆପଣଙ୍କୁ ୧୨ ହଜାର ଟଙ୍କା ଦେବ ।