Photograph: (KANAKNEWS)
କନକ ବ୍ୟୁରୋ : ଆଖି ଚାରିପଟେ କଳା ଦାଗ ପଡ଼ିବା ଯାହାକୁ ଡାର୍କ ସର୍କଲ କହିଲେ ସମସ୍ତେ ବୁଝିଯିବେ । ହେଲେ ଏହା କୌଣସି ରୋଗ ନୁହେଁ ବରଂ ଏହା ଏକ ସଙ୍କେତ କହିବା ଠିକ୍ ହେବ । ଆମ ଆଖି ଚାରିପଟେ ଯେଉଁ ଚର୍ମର ଆସ୍ତରଣ ଅଛି ତାହା ସବୁଠାରୁ ହାଲକା ଓ ପତଳା । ଖାଲି ଏତିକି ନୁହେଁ ଏହି ଚର୍ମରେ ତୈଳାକ୍ତ ଅଂଶ ସବୁଠୁ କମ୍ । ଏଥିପାଇଁ ଅନେକ ସମୟରେ ଆଖି ଚାରିପଟ ଶୁଖିଲା ଦେଖାଯାଏ । ଏଥିପାଇଁ ଏଠାରେ ଡାର୍କ ସର୍କଲ ହୋଇଯିବା PREE-MATURE ଏଜିଙ୍ଗର ପ୍ରଥମ ସଙ୍କେତ ବୋଲି କୁହାଯାଇପାରେ ।
ଅଧିକ ପଢନ୍ତୁ... ଯେତେ ଦିନର କାଶ ହେଉ ଶୀଘ୍ର ଭଲ ହେବ : ଉପଶମ କରିବ ଘରୋଇ ଉପଚାର
ଆଜିକା ଦିନରେ ଡାର୍କ ସର୍କଲର ସମସ୍ୟା ଅନେକଙ୍କଠାରେ ଦେଖାଯାଉଛି। ଏହା ଅତି ସାଧାରଣ ହୋଇଗଲାଣି ।ଏହାର ଅନେକ କାରଣ ହୋଇପାରେ। ରାତିରେ ଭଲଭାବେ ଶୋଇନପାରିବା। ଅତ୍ୟଧିକ ଚାପ , ନିଦରେ ସାଲିସ କରିବା, ଅତି ଲୁଣି ଖାଦ୍ୟ ଖାଇବା, ଫୋନ୍ ଓ ମୋବାଇଳର ବହୁଳ ବ୍ୟବହାର, ଶରୀର ରେ ପାଣିର ଅଭାବ, ଆଖିମଳିବା, ଅଧିକ ଖରାରେ କାମ କରିବା, ଅନେକ ସମୟରେ ନାକ ବନ୍ଦ ରହିବା, ବାୟୁ ପ୍ରଦୂଷଣ , ସିଗାରେଟ୍ ମଦ୍ୟପାନ କରିବା, ମାନସିକ ଚାପରେ ରହିବା ଏସବୁ ଡାର୍କ ସର୍କଲର କାରଣ ହୋଇପାରେ ।
ତାହେଲେ ଡାର୍କ ସର୍କଲରୁ ମୁକ୍ତ ହେବାକୁ ହେଲେ ଉପରୋକ୍ତ ସବୁ ଅଭ୍ୟାସରୁ ଦୂରେଇ ନିଜ ଜୀବନ ଶୈଳୀକୁ ବଦଳାଇବାକୁ ପଡ଼ିବ । ଏହାସହ ବି ଏଭଳି ଗୋଟିଏ ଘରୋଇ ବଇଦ ଅଛି ଯାହା ଏହି ସମସ୍ୟାରୁ ମୁକ୍ତି ଦେବ। ତାହା ହେଉଛି ହରିଡା । ହରିଡା ଅତି ସହଜରେ ଯେ କୌଣସି ଆୟୁବେର୍ଦିକ ସେଣ୍ଟରରେ ମିଳିଯିବ। ଏହାର ଦାମ୍ କମ ହୋଇଥାଏ ।
ଗୋଟିଏ ହରିଡାକୁ ଘୋରି ଏହା ପ୍ରଲେପକୁ ଆଖିର ଚାରିପଟ ସ୍କିନରେ ଲଗାଇବେ। ଏହାକୁ ରିଙ୍ଗ ଫିଙ୍ଗରରେ ହିଁ ଲଗାଇବେ । ଏହା ପଛରେ ବି କାରଣ ଅଛି । ସବୁ ଆଙ୍ଗୁଠି ଅପେକ୍ଷା ରିଙ୍ଗ ଫିଙ୍ଗରର ଚାପ ହାଲକା । ଏହି ଲେପକୁ ଦିନକୁ ଥରେ ବା ଦୁଇଥର ଲଗାଇବେ । ସବୁଠାରୁ ଭଲ ଏହାକୁ ଶୋଇବା ସମୟରେ ଲଗାଇବା । ଏହାକୁ ସାଦା ପାଣିରେ ଧୋଇଦେବେ । ଏହି ପ୍ରଲେପକୁ ପ୍ରତିଦିନ ଲଗାଇବେ । ଦେଖିବେ ଆପଣଙ୍କ ଡାର୍କ ସର୍କଲ ଗୋଟିଏରୁ ଦୁଇ ସପ୍ତାହରେ ହିଁ ଦୂର ହୋଇଯିବ ।
ଆୟୁର୍ବେଦରେ ହରିଡାକୁ ରସାୟନର ମାନ୍ୟତା ଦିଆଯାଇଛି । ହରିଡାର ଲେପ ଦେବାରେ .କୌଣସି ପାର୍ଶ୍ବ ପ୍ରତିକ୍ରିୟା ନାହିଁ ତେଣୁ ଏହାକୁ ଯେ କେହିବି ବ୍ୟବହାର କରିପାରିବ । ଏହି ହୋମ୍ ରେମେଡି ଯେତିକି ସହଜ ସେତିକି ଶସ୍ତା ବି । ତେଣୁ ଏହି ରେମେଡିକୁ ବ୍ୟବହାର କରିବା ସହ ନିଜ ନିଦ ଉପରେ ବି ଧ୍ୟାନ ଦିଅନ୍ତୁ । ଦେଖିବେ ଡାର୍କ ସର୍କଲ ଯିବ ହିଁ ଯିବ ।
Follow Us