କନକ ବ୍ୟୁରୋ : ଚାକିରୀ ଗୋଟାକୁ ୬୦ ହଜାର କହି ରାଜଧାନୀରେ ବୁଲୁଛି ଠକ । ଚାକିରି କରାଇଦେବା କହି ଲୁଟୁଛି ମୋଟା ଅଙ୍କର ଟଙ୍କା । ଅଭିଯୋଗ ପରେ ଗତବର୍ଷ ଗିରଫ ହୋଇଥିଲା ଠକ ଜଣଙ୍କ । ଆଉ ଜେଲରୁ ମୁକୁଳିବା ପରେ ପୁଣିଥରେ ଆରମ୍ଭ କରି ଦେଇଛି ପୁରୁଣା ବେପାର । ଚାକିରି କରାଇଦେବା କହି ଟେକନିସିଆନଙ୍କୁ ଚୁନା ଲଗାଇଛି ଏମିତି ଜଣେ ଅଭ୍ୟାସାଗତ ଠକ ।
ଏହି ଠକ ଜଣଙ୍କ ହେଲେ ଦେବବ୍ରତ୍ତ ପଲ୍ଲେଇ । ଟ୍ୱିନସିଟି ସହରାଞ୍ଚଳରେ ଥିବା ବିଭିନ୍ନ ଡାକ୍ତରଖାନାରେ ଚୁକ୍ତି ଭିତ୍ତିକ ନିଯୁକ୍ତି କରାଇଦେବାକୁ କହି ଦେବବ୍ରତ ଲୁଟି ନେଇଛି ଲକ୍ଷ ଲକ୍ଷ ଟଙ୍କା । ଚକା ଚକ ଅଫିସ ଆଉ ରିସେପନିଷ୍ଟ ରଖି ଲୋକଙ୍କ ଆଖିରେ ଅଙ୍ଗୁଠି ଗେଂଜି ଚଳାଇଥିଲା ରାକେଟ । ଚାକିରୀ କରାଇଦେବ କହି, ଲକ୍ଷ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଗତ ବର୍ଷ ମେ ମାସରେ ମଞ୍ଚେଶ୍ୱର ପୁଲିସ ଦେବବ୍ରତକୁ ଗିରଫ କରିଥିଲା । ଆଉ ଜେଲରୁ ମୁକୁଳିବା ପରେ, ପୁଣି ଲୋକଙ୍କୁ ଚୁନା ଲଗାଇବା ଆରମ୍ଭ କରିଦେଇଛି ।