ଦୁଇ ଦିନିଆ ଭାରତ ଗସ୍ତରେ ଜର୍ମାନ ଚାନ୍ସେଲର, ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କରିବେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା

Advertisment

ବିଶ୍ୱସ୍ତରରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନାର ପୃଷ୍ଠଭୂମିରେ ଏହି ଆଲୋଚନା ହେବ। ଜର୍ମାନ ଚାନ୍ସେଲର ହେବା ପରେ ମର୍ଜଙ୍କ ଦୁଇ ଦିନିଆ ଯାତ୍ରା ତାଙ୍କର ପ୍ରଥମ ସରକାରୀ ଏସିଆ ଗସ୍ତ। ମର୍ଜଙ୍କ ପ୍ରତିନିଧି ଦଳରେ ୨୫ଟି କମ୍ପାନିର ସିଇଓ ସାମିଲ ହୋଇଥିବାବେଳେ ସେମାନେ ଭାରତ ଆସିବେ ବୋଲି ଜଣାପଡ଼ିଛି।

ବିଶ୍ୱସ୍ତରରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନାର ପୃଷ୍ଠଭୂମିରେ ଏହି ଆଲୋଚନା ହେବ। ଜର୍ମାନ ଚାନ୍ସେଲର ହେବା ପରେ ମର୍ଜଙ୍କ ଦୁଇ ଦିନିଆ ଯାତ୍ରା ତାଙ୍କର ପ୍ରଥମ ସରକାରୀ ଏସିଆ ଗସ୍ତ। ମର୍ଜଙ୍କ ପ୍ରତିନିଧି ଦଳରେ ୨୫ଟି କମ୍ପାନିର ସିଇଓ ସାମିଲ ହୋଇଥିବାବେଳେ ସେମାନେ ଭାରତ ଆସିବେ ବୋଲି ଜଣାପଡ଼ିଛି।

jerman

କନକ ବ୍ୟୁରୋ :  ଜର୍ମାନ ଚାନ୍ସେଲର ଫ୍ରେଡ୍ରିଚ୍ ମର୍ଜ ଆସନ୍ତାକାଲି (ସୋମବାର)ଠାରୁ ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ନାଟୋ ଏବଂ ୟୁରୋପୀୟ ସଂଘ (ଇୟୁ) ବାଦ୍‌ ଚାନ୍ସେଲର ମର୍ଜଙ୍କର ଏହା ପ୍ରଥମ ଦ୍ୱିପାକ୍ଷିକ ଗସ୍ତ। ଜାନୁଆରି ୧୨-୧୩ ରେ ଅହମଦାବାଦଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜର୍ମାନ ଚାନ୍ସେଲର ମର୍ଜଙ୍କ ସହିତ ବାଣିଜ୍ୟ, ନିବେଶ, ପ୍ରଯୁକ୍ତିବିଦ୍ୟା ଏବଂ ପ୍ରତିରକ୍ଷା ସମେତ ଭାରତ-ଜର୍ମାନୀ ରଣନୈତିକ ସହଭାଗିତାକୁ ମଜବୁତ କରିବା ଦିଗରେ ଆଲୋଚନା କରିବେ । ବିଶ୍ୱସ୍ତରରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନାର ପୃଷ୍ଠଭୂମିରେ ଏହି ଆଲୋଚନା ହେବ। ଜର୍ମାନ ଚାନ୍ସେଲର ହେବା ପରେ ମର୍ଜଙ୍କ ଦୁଇ ଦିନିଆ ଯାତ୍ରା ତାଙ୍କର ପ୍ରଥମ ସରକାରୀ ଏସିଆ ଗସ୍ତ। ମର୍ଜଙ୍କ ପ୍ରତିନିଧି ଦଳରେ ୨୫ଟି କମ୍ପାନିର ସିଇଓ ସାମିଲ ହୋଇଥିବାବେଳେ ସେମାନେ ଭାରତ ଆସିବେ ବୋଲି ଜଣାପଡ଼ିଛି। ଜର୍ମାନ ଚାନ୍ସେଲର ଅହମଦାବାଦରେ ଆନ୍ତର୍ଜାତୀୟ ଗୁଡ଼ି ମହୋତ୍ସବ ପରି ସାଂସ୍କୃତିକ କାର୍ୟ୍ୟକ୍ରମ ଏବଂ ସାବରମତି ଆଶ୍ରମ ପରିଦର୍ଶନ କରିବାର କାର୍ୟ୍ୟକ୍ରମ ରହିଛି। ଜାନୁଆରି ୧୩ରେ ମର୍ଜ ବେଙ୍ଗାଲୁରୁ ଗସ୍ତ କରି ସେ ଭାରତୀୟ ବିଜ୍ଞାନ ସଂସ୍ଥାନ ଏବଂ ଜର୍ମାନ ଫାର୍ମ ‘ବୋସ୍‌’ର କ୍ୟାମ୍ପସ ପରିଦର୍ଶନ କରିବେ। ଭେନେଜୁଏଲାରେ ଆମେରିକାର ସାମରିକ କାର୍ୟ୍ୟାନୁଷ୍ଠାନ ଭଳି ସାମ୍ପ୍ରତିକ ଉତ୍ତେଜନା ପରେ ଏହି ଗସ୍ତ ରହିଛି। ଏହି ପରିପ୍ରେକ୍ଷୀରେ ବିଶ୍ୱସ୍ତରୀୟ ଚ୍ୟାଲେଞ୍ଜ ଏବଂ ସମାନ ରଣନୈତିକ ସ୍ୱାର୍ଥକୁ ମଧ୍ୟ ନେଇ ମର୍ଜ ଓ ମୋଦୀଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବ ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe