ଜର୍ଜିଆ ଗୁଳିକାଣ୍ଡ: ଜଣେ ଭାରତୀୟ ମହିଳାଙ୍କ ସମେତ ୪ ମୃତ, ପାରିବାରିକ କଳହରୁ ସ୍ୱାମୀ ଗୁଳି ଚଳାଇଲେ

Advertisment

ପିଲାମାନେ ଏକ ଆଲମାରୀ ଭିତରେ ଲୁଚି ରହି ପୁଲିସକୁ ଖବର ଦେଇ ନିଜ ଜୀବନ ବଞ୍ଚାଇଥିଲେ। ଜର୍ଜିଆର ଆଟଲାଣ୍ଟାରେ ଥିବା ଭାରତୀୟ ଦୂତାବାସ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରି ସୋସିଆଲ ମିଡିଆ ଏକ୍ସରେ ଲେଖିଛି,ପାରିବାରିକ ବିବାଦ ସହିତ ଜଡିତ ଏହି ଦୁଃଖଦ ଗୁଳିକାଣ୍ଡ ଘଟଣାରେ ଆମେ ଗଭୀର ଦୁଃଖିତ।

ପିଲାମାନେ ଏକ ଆଲମାରୀ ଭିତରେ ଲୁଚି ରହି ପୁଲିସକୁ ଖବର ଦେଇ ନିଜ ଜୀବନ ବଞ୍ଚାଇଥିଲେ। ଜର୍ଜିଆର ଆଟଲାଣ୍ଟାରେ ଥିବା ଭାରତୀୟ ଦୂତାବାସ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରି ସୋସିଆଲ ମିଡିଆ ଏକ୍ସରେ ଲେଖିଛି,ପାରିବାରିକ ବିବାଦ ସହିତ ଜଡିତ ଏହି ଦୁଃଖଦ ଗୁଳିକାଣ୍ଡ ଘଟଣାରେ ଆମେ ଗଭୀର ଦୁଃଖିତ।

24bbs_10_24012026_111

କନକ ବ୍ୟୁରୋ : ଆମେରିକାର ଜର୍ଜିଆର ଲରେନ୍ସଭିଲ୍ ସହରରେ ଏକ ପାରିବାରିକ ବିବାଦକୁ ନେଇ ଚାରି ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତକଙ୍କ ମଧ୍ୟରେ ଜଣେ ଭାରତୀୟ ନାଗରିକ ମଧ୍ୟ ଅଛନ୍ତି।ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଘଟଣା ସମୟରେ ତିନି ଜଣ ପିଲା ଘର ଭିତରେ ଥିଲେ। ପିଲାମାନେ ଏକ ଆଲମାରୀ ଭିତରେ ଲୁଚି ରହି ପୁଲିସକୁ ଖବର ଦେଇ ନିଜ ଜୀବନ ବଞ୍ଚାଇଥିଲେ। ଜର୍ଜିଆର ଆଟଲାଣ୍ଟାରେ ଥିବା ଭାରତୀୟ ଦୂତାବାସ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରି ସୋସିଆଲ ମିଡିଆ ଏକ୍ସରେ ଲେଖିଛି,ପାରିବାରିକ ବିବାଦ ସହିତ ଜଡିତ ଏହି ଦୁଃଖଦ ଗୁଳିକାଣ୍ଡ ଘଟଣାରେ ଆମେ ଗଭୀର ଦୁଃଖିତ। 

ଅଧିକ ପଢ଼ନ୍ତୁ : ଇରାନରୁ ଭାରତୀୟଙ୍କ ଉଦ୍ଧାର ପ୍ରକ୍ରିୟା ଜାରି, ‘ଆମେ ମରଣ ମୁହଁରୁ ଫେରିଛୁ’

ଏଥିରେ ଜଣେ ଭାରତୀୟ ନାଗରିକଙ୍କ ଜୀବନ ଯାଇଛି। ଅଭିଯୁକ୍ତ ଗୁଳିକାଣ୍ଡକାରୀଙ୍କୁ ଗିରଫ କରାଯାଇଛି। ପୀଡିତଙ୍କ ପରିବାରକୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦିଆଯାଉଛି।ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଆଟଲାଣ୍ଟାର ବିଜୟ କୁମାର (୫୧) ଭାବରେ ଚିହ୍ନଟ କରାଯାଇଛି। ଗ୍ୱିନେଟ୍ କାଉଣ୍ଟି ପୂଲିସ ଅନୁଯାୟୀ ମୃତକମାନଙ୍କୁ ବିଜୟ କୁମାରଙ୍କ ପତ୍ନୀ ମିମୁ ଡୋଗରା (୪୩), ଗୌରବ କୁମାର (୩୩), ନିଧି ଚନ୍ଦର (୩୭) ଓ ହରିଶ ଚନ୍ଦର (୩୮) ଭାାବେ ଚିହ୍ନଟ କରାଯାଇଛି। ରିପୋର୍ଟରେ କୁହାଯାଇଛି, ସନ୍ଦିଗ୍ଧ ବ୍ୟକ୍ତିଙ୍କ ବିରୋଧରେ ଚାରି ଗୁରୁତର ଆକ୍ରମଣ, ଚାରି ହତ୍ୟା ଅଭିଯୋଗ ହୋଇଛି।ପୁଲିସ ଅଧିକାରୀ କହିଛନ୍ତି, ଗୁଳିକାଣ୍ଡ ସମୟରେ ତିନି ଜଣ ପିଲା ସେଠାରେ ଥିଲେ। ନିଜକୁ ବଞ୍ଚାଇବା ପାଇଁ ପିଲାମାନେ ଏକ ଆଲମାରୀ ଭିତରେ ଲୁଚି ରହିଥିଲେ। ପିଲାମାନଙ୍କ ମଧ୍ୟରୁ ଜଣେ ୯୧୧ କୁ କଲ୍ କରିବାରେ ସଫଳ ହୋଇଥିଲେ। ସୂଚନା ପାଇ ପୁଲିସ କିଛି ମିନିଟ୍ ମଧ୍ୟରେ ଘଟଣାସ୍ଥଳରେ ପହଞ୍ଚିଥିଲା। ପିଲାମାନେ ସୁରକ୍ଷିତ ଅଛନ୍ତି।


 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe