କନକ ବ୍ୟୁରୋ: ନେପାଳରେ ଅନ୍ତରୀଣ ସରକାର ଗଠନ ପାଇଁ ଜୋରଦାର ବିଚାର ବିମର୍ଶ ଜାରି ରହିଛି । ତେବେ କିଏ ଅନ୍ତରୀଣ ସରକାରର ନେତୃତ୍ୱ ନେବେ ଦୁଇଦିନ ହେଲା ସ୍ଥିର ହୋଇପାରୁନାହିଁ । ଏଥିପାଇଁ ନେପାଳ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତିଙ୍କ ସୁଶୀଳା କାର୍କି ଓ କାଠୁମାଣ୍ଡୁ ମେୟର ବାଲେନ୍ଦ୍ର ଶାହଙ୍କ ପରେ ନେପାଳ ଇଲେକ୍ଟ୍ରିସିଟି ବୋର୍ଡର ପୂର୍ବତନ ସିଇଓ କୁଲମନ ଘିସିଂ ନାଁ ଆଗରେ ରହିଛି । ଭାରତରେ ଶିକ୍ଷାଲାଭ କରିଥିବା କୁଲମାନଙ୍କ ସମୟରେ ନେପାଳରେ ବଡ଼ ବିଦ୍ୟୁତ୍ ସଂସ୍କାର ଆସିଥିଲା । ଘଣ୍ଟାଘଣ୍ଟା ବିଦ୍ୟୁତ୍ କାଟ ଯନ୍ତ୍ରଣାରୁ ଲୋକ ଆଶ୍ୱସ୍ତ ହୋଇଥିଲେ ।

Advertisment

ତେଣୁ କୁଲମାନ ଘିସିଂଙ୍କ ନାଁ ଅନ୍ତରୀଣ ସରକାରର ମୁଖ୍ୟ ଭାବେ ଜେନ-ଜେଡ୍ ବିଚାର କରୁଛି। ସେପଟେ ନେପାଳକୁ ସେନା ନିୟନ୍ତ୍ରଣକୁ ନେବା ପରେ ଧୀରେଧୀରେ ସ୍ଥିତି ସୁଧୁରୁଛି । ଜେଡ୍- ଜେନ୍ ପ୍ରତିନିଧିକଙ୍କ ସହ ସେନାମୁଖ୍ୟ ଅଶୋକ ରାଜ ସିଗଡେଲ ଆଲୋଚନା କରିଛନ୍ତି । ନେପାଳରେ ହିଂସା ପରଠାରୁ ୩୦ ଜଣ ପ୍ରାଣ ହରାଇଥିବା ବେଳେ ୧ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି । କିଛି ସ୍ଥାନରେ କର୍ଫ୍ୟୁ ବଢ଼ାଇ ଦିଆଯାଇଥିଲେ ବି ଜରୁରୀ ସେବା, ଯାନବାହନ ଓ ଅନୁଷ୍ଠାନକୁ କଟକଣାରୁ ବାଦ ଦିଆଯାଇଛି । କାଠମାଣ୍ଡୁ ତ୍ରିଭୁବନ ବିମାନବନ୍ଦରରେ ଆରମ୍ଭ ହୋଇଛି ବିମାନସେବା । ଜେଲ ୠଙ୍ଗା ଘଟଣାକୁ ସେନା ଗୁରୁତ୍ୱର ସହ ନେଇ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ପ୍ରାୟ ୧୫ ହଜାର କଏଦୀ ଜେଲରୁ ଫେରାର ହୋଇଯାଇଛନ୍ତି । ଦୈନନ୍ଦିନ ଆବଶ୍ୟକତା ପୂରଣ ପାଇଁ କିଛି ସମୟ ବାହାରକୁ ଆସିବା ପାଇଁ ଅନମୁତି ଦିଆଯାଇଥିଲା ।  ତେବେ କୌଣସି ସ୍ଥାନରେ ଲୋକ ମେଳି ବାନ୍ଧି ପାରିବେ ନାହିଁ ।