କ’ଣ ଚାହୁଛନ୍ତି ଆଜିର ଯୁବପିଢ଼ି; ସେମାନଙ୍କ ପାଇଁ କ’ଣ ଆହ୍ୱାନ ?

Advertisment

ଜେନ୍‌-ଜି ଆନ୍ଦୋଳନକୁ ନେଇ ଯେତେବେଳେ ବିଭିନ୍ନ ଦେଶ ଅସ୍ତବ୍ୟସ୍ତ, ସେତେବେଳେ ଆଜି ଭାରତ ପାଳିଛି ଜାତୀୟ ଯୁବ ଦିବସ । ଯୁବଶକ୍ତିକୁ ଦେଇଛି ସମାଜ ବିକାଶରେ ଭାଗିଦାର ହେବାକୁ ଆହ୍ୱାନ । ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଉପଲକ୍ଷେ ଦେଶର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।

ଜେନ୍‌-ଜି ଆନ୍ଦୋଳନକୁ ନେଇ ଯେତେବେଳେ ବିଭିନ୍ନ ଦେଶ ଅସ୍ତବ୍ୟସ୍ତ, ସେତେବେଳେ ଆଜି ଭାରତ ପାଳିଛି ଜାତୀୟ ଯୁବ ଦିବସ । ଯୁବଶକ୍ତିକୁ ଦେଇଛି ସମାଜ ବିକାଶରେ ଭାଗିଦାର ହେବାକୁ ଆହ୍ୱାନ । ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଉପଲକ୍ଷେ ଦେଶର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।

Zen G

Zen G Photograph: (Kanak News)

କନକ ବ୍ୟୁରୋ : ନେପାଳ ହେଉ କି ବାଂଲାଦେଶ, ଇଣ୍ଡୋନେସିଆ ଅବା ଫିଲିପାଇନ୍‌ସ । ସାରା ବିଶ୍ୱ ଦେଖୁଛି 'ଜେନ୍‌-ଜି' ତାକତ୍ । ନିଜ ଜିଦ୍‌କୁ ଆସିଲେ, ସେମାନେ ଛାଡ଼ିବାର ନୁହଁନ୍ତି, କାହାକୁ ଡରିବାର ନୁହଁନ୍ତି । ଚାହିଁଲେ ଦେଶକୁ ଠପ୍ କରିଦେବେ, ଚାହିଁଲେ ସରକାର ବଦଳାଇଦେବେ । ବିଭିନ୍ନ ଦେଶରେ ଯୁବପିଢ଼ି ସିଧା ସରକାରକୁ ଟକ୍କର ଦେଉଥିବା ବେଳେ, ଆଜି ଭାରତ ପାଳୁଛି ଯୁବ ଦିବସ ।

ଜେନ୍‌-ଜି ଆନ୍ଦୋଳନକୁ ନେଇ ଯେତେବେଳେ ବିଭିନ୍ନ ଦେଶ ଅସ୍ତବ୍ୟସ୍ତ, ସେତେବେଳେ ଆଜି ଭାରତ ପାଳିଛି ଜାତୀୟ ଯୁବ ଦିବସ । ଯୁବଶକ୍ତିକୁ ଦେଇଛି ସମାଜ ବିକାଶରେ ଭାଗିଦାର ହେବାକୁ ଆହ୍ୱାନ । ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଉପଲକ୍ଷେ ଦେଶର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇ ଯୁବକ ଯୁବତୀଙ୍କୁ ଦୈନନ୍ଦିନ ଜୀବନରେ ଅଧିକରୁ ଅଧିକ ସ୍ୱଦେଶୀ ସାମଗ୍ରୀକୁ ସାମିଲ କରିବା ପାଇଁ ସଂକଳ୍ପ କରାଇଛନ୍ତି ମୁଖ୍ୟମନ୍ତ୍ରୀ । କ୍ରାନ୍ତିକାରୀ ଫାଉଣ୍ଡେସନ୍ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଆମ ଓଡ଼ିଶାର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ସାମିଲ ହୋଇ ଯୁବବର୍ଗଙ୍କୁ ଏକତାର ଆହ୍ୱାନ ଦେଇଛନ୍ତି ।

ଅଧିକ ପଢ଼ନ୍ତୁ : ଆମେ ଛାଡ଼ିବୁ ନାହିଁ: ଟ୍ରମ୍ପଙ୍କ ଧମକର କଡ଼ା ଜବାବ ଦେଲା ଇରାନ

ନେପାଳ, ବାଂଲାଦେଶ କି ଇଣ୍ଡୋନେସିଆ ନୁହେଁ । ଇତିହାସ ସାକ୍ଷୀ ଯୁବବର୍ଗ ନିରାଶ ହେଲେ, ମୁଣ୍ଡ ଟେକିଥାଏ ମହା ଆନ୍ଦୋଳନ । ତେବେ ଭାରତରେ ଜନସଂଖ୍ୟାର ଏକ ବଡ଼ ଭାଗ ଯୁବବର୍ଗ ହୋଇଥିବାରୁ ସେମାନେ କଣ ଚାହୁଁଛନ୍ତି, ସେ ନେଇ ଆଜି ବିଭିନ୍ନ ଫୋରମରେ ଆଲୋଚନା ହୋଇଛି । ତେବେ କ’ଣ ଚାହୁଛନ୍ତି ଆଜିର ଯୁବପିଢ଼ି ? ସେମାନଙ୍କ ପାଇଁ କ’ଣ ଆହ୍ୱାନ ? ସେନେଇ ମତ ରଖିଛନ୍ତି ଯୁବକ ଯୁବତୀ ।

ଯୁବବର୍ଗଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇଁ ପରିବାର, ସମାଜ ଓ ସରକାର ବି ତତ୍ପର ହେବା ଉଚିତ ବୋଲି ମତ ପ୍ରକାଶ ପାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe